fbpx

ବାଇକରେ ଯିବା ବେଳେ ରାତିରେ ଆଉ ଭୁକିବେନି କୁକୁର : ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ : ଆମ ଦେଶରେ ଅଧିକାଂଶ ଲୋକ ୨ ଚକିଆ ଯାନ ଅର୍ଥାତ ବାଇକ ବ୍ୟବହାର କରନ୍ତି । ଲୋକେ କାର କିମ୍ବା ବଡ଼ ବଡ଼ ଗାଡିରେ ଯାତ୍ରା କରିବା ଅପେକ୍ଷା ବାଇକରେ ଯାତ୍ରା କରିବା ପାଇଁ ଅଧିକ ପସନ୍ଦ କରିଥାନ୍ତି । ଦିନରେ ବାଇକରେ ଯାତ୍ରା କରିବା ବେଳେ ପ୍ରାୟତଃ କୌଣସି ସମସ୍ୟା ଦେଖା ଦେଇ ନଥାଏ । କିନ୍ତୁ ଲୋକଙ୍କ କହିବା ଅନୁସାରେ ରାତ୍ର ସମୟରେ ବାଇକରେ ଯାତ୍ରା କରିବା ବେଳେ ଅନେକ କିଛି ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଉଦାହରଣ – ରାତିରେ ବାଇକରେ ଯିବା ଆସିବା କରିବା ବେଳେ କୁକୁର ମାନେ ଭୁକି ପଛରେ ଗୋଡାନ୍ତିି, ନଚେତ କାମୁଡିବା ପାଇଁ ପ୍ରୟାସ କରିଥାନ୍ତି ।

ରାତିରେ ଯେତେବେଳେ କୁକୁର ପାଖ ଦେଇ କୌଣସି ଯାନବାହନ ଯାତାୟତ କରେ, ସେତେବେଳେ କୁକୁରମାନେ ଭୁକିଥାନ୍ତି ଏବଂ ଚାଳକକୁ କାମୁଡିବା ପାଇଁ ଗୋଡାଇଥାନ୍ତି । ଏଭଳି ପରିସ୍ଥିତିରେ ଅନେକ ଲୋକ ନର୍ଭସ ହୋଇଯାଆନ୍ତି । କିନ୍ତୁ ମନେ ରଖିବା ଉଚିତ ଯେ, ସେହି ସମୟରେ ନର୍ଭସ ନହୋଇ ନିଜର ଉପସ୍ଥିତ ବୁଦ୍ଧି ବ୍ୟବହାର କରି ଆରାମରେ କୁକୁରଙ୍କ ଠାରୁ ବଞ୍ଚି ପଳାଇବା ଉଚିତ ।

କିଭଳି ବଞ୍ଚିବେ କୁକୁରର ଆତଙ୍କରୁ ?

ଯେତେବେଳେ କୌଣସି ବାଇକ ସ୍ପିଡରେ କୁକୁର ପାଖ ଦେଇ ଗତି କରେ, ସେତେବେଳେ କୁକୁରମାନେ ବହୁତ ଜୋରରେ ରାଗି ଯାଆନ୍ତି ଏବଂ ଭୁକିବା ଆରମ୍ଭ କରନ୍ତି । ଏଥିଯୋଗୁଁ ଯଦି ଆପଣ ଚାହୁଁଛନ୍ତି ଯେ କୁକୁର ନଭୁକୁ ବା କାମୁଡିବାକୁ ନଦୌଡୁ, ତେବେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ ଯେ, ଗାଡିରେ ଯିବା ସମୟରେ କୁକୁର ପାଖ ଦେଇ ଗତି କରିବା ବେଳେ ଗାଡିର ବେଗ ଜୋର ନଥିବ । ଏହା କରିବେ ଦ୍ୱାରା ଆପଣ ଦେଖିବେ ଯେ, କୁକୁର ଆପଣଙ୍କୁ କାମୁଡିବା ପାଇଁ ଆପଣଙ୍କ ପଛରେ ଦୌଡିବ ନାହିଁ ।

ତଥାପି ଯଦି କୁକୁର ଭୁକିବା ପାଇଁ କିମ୍ବା କାମୁଡିବା ପାଇଁ ଗୋଡାଉଛନ୍ତି, ତେବେ ନର୍ଭସ ହେବା ଆଦୌ ଉଚିତ ନୁହେଁ । ଏହା ବ୍ୟତୀତ ବାଇକର ବେଗ ମଧ୍ୟ ଦୃତ କରିବା ଠିକ ନୁହେଁ କାରଣ ଏହା କରିବା ଦ୍ୱାରା ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ ଯାନକୁ ଅଟକାଇ କୁକୁରକୁ ଡରାଇବାର ପ୍ରତାସ କରିବା ଏବଂ ଧିରେ ଧିରେ ବାଇକର ଗତିକୁ ବଢାଇବା । ସାଧାରଣତଃ ଏମିତି କରିବା ଦ୍ୱାରା କୁକୁରମାନେ ପଛଘୁଞ୍ଚା ଦେଇ ଦିଅନ୍ତି ।

Get real time updates directly on you device, subscribe now.