fbpx

video: ପ୍ରଖର ସ୍ରୋତରୁ ହରିଣ ଛୁଆକୁ ଉଦ୍ଧାର କଲା କୁକୁର

ଆମ ଦୈନନ୍ଦିନ ଜୀବନରେ ଆମେ ନିଶ୍ଚିତ ଗୋଟିଏ କଥା ଶୁଣିଥିବା, ରଖେ ହରି ମାରେ କିଏ? ଆମେ ଦେଖାଉଥିବା ଭିଡିଓଟି ଏହି ଉକ୍ତିକୁ ସତ କରିଛି । ନହେଲେ ଖାଦକ ତାର ଖାଦ୍ୟକୁ ମୃତ୍ୟୁମୁଖରୁ ସୁରକ୍ଷିତ ଉଦ୍ଧାର କରିନଥାନ୍ତା । ମୃତ୍ୟୁ ମୁହଁରେ ପଡିଥିବା ଅସହାୟ ହରିଣ ଛୁଆଟିକୁ ପାଇ କୁକୁରଟି ନିଜେ ଖାଇଦେଇଥାନ୍ତା । ହୁଏତ ହରିଣ ଛୁଆର ଆୟୁଷ ଅଛି, ତେଣୁ ତାର ଶତ୍ରୁ ଭରା ନଈକୁ ଡେଇଁ ନିଜ ମୁହଁରେ ଧରି ତାକୁ କୂଳରେ ଛାଡି ଦେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ।
ଏହି ଭିଡିଓଟି କେଉଁ ଜାଗାର ତାହା ତ ସ୍ପଷ୍ଟ ହେଉନି, କିନ୍ତୁ ଭିଡିଓରେ ଦେଖିବାକୁ ମିଳୁଛି, ବର୍ଷା ପାଇଁ ଅଣଓସାରିଆ ନଈ ବା ନାଳରେ ପାଣି ଲହଡି ମାରୁଛି । ସୁଅ ଏମିତି ପ୍ରଖର ଅଛି କି, ଯାହା ତା ମୁହଁରେ ପଡିବ ସେ ବୋହିନେବ । ଜଙ୍ଗଲ ଭିତରୁ ହରିଣ ଛୁଆଟି ବୋଧେ ନଈ କୂଳକୁ ପାଣି ପିଇବାକୁ ଆସିଥିଲା କି କୂଳରେ ବୁଲୁଥିବା ବେଳେ ପାଣିରେ ଖସିପଡିଥିଲା । ଆଉ ସେଠି ଥିବା କୁକୁରଟି ସୁଅକୁ ଓହ୍ଲାଇ ତୁରନ୍ତ ହରିଣକୁ ମୁହଁରେ ଧରି ଆର କୂଳକୁ ନେଇ ଆସିଛି ।
କୁଳରେ ପହଞ୍ଚିବା ପରେ ସେଠାରେ ଥିବା ଜଣେ ବ୍ୟକ୍ତିଙ୍କ ହାତକୁ ବଢାଇ ଦେଉଛି ଛୁଆ ହରିଣଟିକୁ । ଆଉ ହରିଣକୁ ସେହି ବ୍ୟକ୍ତି ତଳେ ଛାଡିବା ପରେ ସେ ତା ଗୋଡରେ ଠିଆ ହେବା ସହ ଚାଲୁଛି । ଏହି ଦୃଶ୍ୟ ଆମ ମଣିଷମାନଙ୍କ ପାଇଁ ନିଶ୍ଚିତ ଅନେକ କିଛି ଶିକ୍ଷା ଦେଉଛି । ଆମେ ଯେତେବେଳେ ନିଜର ସୁରକ୍ଷା ପାଇଁ ଅନ୍ୟକୁ ବଳି ମୁହଁକୁ ଠେଲି ଦେଉଛୁ, ସେଠି ଇତର ପ୍ରାଣୀଟି ବିପଦରେ ଥିବା ତାର ଖାଦ୍ୟର ଜୀବନ ରକ୍ଷା କରିବାକୁ ପଛାଉ ନାହିଁ ।

Get real time updates directly on you device, subscribe now.