fbpx

(Video) ବନ୍ଧୁତ୍ୱ ଦିବସରେ ମନଛୁଆଁ ଭିଡିଓ; ମଣିଷ ନୁହେଁ ପଶୁ ବୁଝାଇଲା ସଂପର୍କର ମୂଲ୍ୟ

ସୋସିଆଲ ମିଡିଆରେ ଅନେକ କିଛି ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଦେଖିବାକୁ ମଜାଦାର ଲାଗୁଥିବାବେଳେ କିଛି ଭିଡିଓ ପୁଣି ଦେଖିଲେ ଆଖିରୁ ଲୁହ ଆସିଯାଏ । ଅନେକ ସମୟରେ ଏଭଳି ଭିଡିଓକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହୋଇଥାଏ । ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ଦେଖିବାକୁ ମଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ନିଶ୍ଚୟ ଇମୋସନାଲ ହୋଇଯିବେ ।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଉଛି ଯେ ଏକ କେନାଲ ଭଳ ସ୍ଥାନରେ ଖୁବ୍ ଜୋରରେ ଜଳ ପ୍ରବାହିତ ହେଉଛି । ଆଉ ଏହି ଜଳରେ ଏକ ହରିଣ ଛୁଆଟିଏ ଭାସିଯାଉଛି । କିନ୍ତୁ କୁହାଯାଏ ପରା, ଯେତେବେଳେ ଉପରବାଲାଙ୍କ ଆଶୀର୍ବାଦ ରହିଥିବ କିଛି ବି ଅସୁବିଧା ହେବନି, ଯାହା ପୂରା ସତ ହୋଇଛି । ଆଉ ଭାସିଯାଉଥିବାବେଳେ ଠିକ୍ ସମୟରେ କେହି ଜଣେ ବ୍ୟକ୍ତି ସେଠାରେ ପହଞ୍ଚିଯାଉଛନ୍ତି । ସାଙ୍ଗରେ ଥିବା ତାଙ୍କର କୁକୁର ସଙ୍ଗେ ସଙ୍ଗେ ସେହି ପାଣି ଭିତରେ ପଶି ହରିଣ ଛୁଆଟିକୁ ଉପରକୁ ନେଇଆସୁଛି । ଫଳରେ ରକ୍ଷା ପାଇଯାଉଛି ହରିଣ ଛୁଆଟିର ଜୀବନ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.