fbpx

ଶିଶୁର ମୃତଦେହକୁ ମୁହିଁରେ ଧରି ହସ୍ପିଟାଲ ସାରା ଘୂରି ବୁଲିଲା କୁକୁର, ମିଳିନି ପରିଚୟ…

ବଲାଙ୍ଗିର (ଭାସ୍କର ନ୍ୟୁଜ୍‌): ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡ଼ିକାଲ୍‌ କଲେଜ ହସ୍ପିଟାଲ୍‌ ପରିସରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ବୁଲା କୁକୁର କଅଁଳା ଶିଶୁର ମୃତଦେହକୁ ଧରି ହସ୍ପିଟାଲ ପରିସରରେ ଘୂରି ବୁଲୁଥିଲା । ମେଡିକାଲ୍‌ ଆସୁଥିବା ରୋଗୀ ଓ ସମ୍ପର୍କୀୟମାନେ ଏପରି ଦୃଶ୍ୟ ଦେଖି ପାଟି କରିଥିଲେ । ଲୋକଙ୍କ ହୋ-ହଲ୍ଲା ଯୋଗୁ କୁକୁରଟି ହସ୍ପିଟାଲ୍‌ ପରିସରରେ ଥିବା ଏଟିଏମ୍‌ କାଉଣ୍ଟର ନିକଟରେ ଶିଶୁର ଖଣ୍ଡବିଖଣ୍ଡିତ ମୃତଦେହ ପକାଇ ଚାଲିଯାଇଥିଲା । ତେବେ ଏହି ମୃତ ଶିଶୁର ପରିଚୟ ମିଳିପାରି ନାହିଁ । ମେଡ଼ିକାଲରେ ମୃତ୍ୟୁବରଣ କରିଥିବା ଶିଶୁକୁ ପରିବାର ଲୋକେ ସତ୍କାର ନକରି ପରିତ୍ୟକ୍ତ ଜାଗାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.