fbpx

ବନ୍ଦ ହୋଇପାରେ ଘରୋଇ ବିମାନ କମ୍ପାନୀ SpiceJet

Advertisement

ନୂଆଦିଲ୍ଲୀ: ଘରୋଇ ବିମାନ କମ୍ପାନୀ ସ୍ପାଇସଜେଟ ବନ୍ଦ ହୋଇପାରେ । ମାଡ୍ରାଓ ହାଇକୋର୍ଟଙ୍କ ଏକ ରାୟ ପରେ କମ୍ପାନୀ ଏବେ ସଙ୍କଟ ଆଡ଼କୁ ଗତି କରୁଛି । ତେବେ ପରେ କୋର୍ଟ କମ୍ପାନୀକୁ ଏଥିନେଇ ତିନି ସପ୍ତାହ ସମୟ ଦେଇଛନ୍ତି । ଦୁଇ ସପ୍ତାହ ମଧ୍ୟରେ କମ୍ପାନୀ ୫ ନିୟୁତ ଡଲାର ଜମା କରିବ । ଏଥିରେ ବିଫଳ ହେଲେ କମ୍ପାନୀ ବନ୍ଦ ହେବାର ସମ୍ଭାବନା ଦେଖାଦେଇଛି ।

ତେବେ ବର୍ତ୍ତମାନ ହାଇକୋର୍ଟଙ୍କ ରାୟକୁ ସ୍ପାଇସଜେଟ୍ ତର୍ଜମା କରୁଥିବା ବେଳେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନେଇ କମ୍ପାନୀ ଅପିଲ କରିପାରେ । ବିମାନ ଇଞ୍ଜିନର ରକ୍ଷଣାବେକ୍ଷଣ କରୁଥିବା ସଂସ୍ଥା ଏସଆରଟି ଟେକନିକ୍ସକୁ ସ୍ପାଇସଜେଟ ୨୪.୦୧ ନିୟୁତ ଡଲାର ପ୍ରାପ୍ୟ ଦେଇନଥିଲା । ସେଥିପାଇଁ ସ୍ପାଇସଜେଟ୍ ବିରୋଧରେ ମାମଲା ରୁଜୁ ହୋଇଥିଲା । ତେବେ ଏସଆରଟି ଟେକନିକ୍ସ ପାଖରେ ଡିଜିସିଏର ବୈଧ୍ୟ ମାନ୍ୟତା ନଥିବା ସ୍ପାଇସଜେଟ ପକ୍ଷରୁ କୁହାଯାଇଥିଲା । ମାତ୍ର ଏହି ଯୁକ୍ତିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିବା ସହ କମ୍ପାନୀ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୧୨ରେ ଏସଆରସି ଟେକନିକ୍ସ ଓ ଆର୍ଥିକ ସଂସ୍ଥା କ୍ରେଡିଟ ସୁଇସ ଏଜି ମଧ୍ୟରେ ରାଜିନାମା ହୋଇଥିଲା । କମ୍ପାନୀର ସମମସ୍ତ ପେମେଣ୍ଟ ଗ୍ରହଣ କରିବାର କ୍ଷମତା କ୍ରେଡିଟ୍ ସୁଇସକୁ ଦିଆଯାଇଥିବାରୁ ସେ ସେହି ଆଧାରରେ ସ୍ପାଇସଜେଟକୁ ପ୍ରାପ୍ୟ ମାଗିଥିଲା । ମାତ୍ର ବାରମ୍ବାର ନୋଟିସ ପରେ ବି ପେମେଣ୍ଟ ନ ମିଳିବାରୁ କମ୍ପାନୀ ନିୟମ, ୧୯୫୬କୁ ଆଧାର କରି କ୍ରେଡିଟ୍ ସୁଇସ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଏନେଇ ସ୍ପାଇସଜେଟ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ କୋର୍ଟ ପ୍ରଥମେ ଏହାକୁ ବନ୍ଦ ନେଇ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ, ସ୍ପାଇସଜେଟ୍ ବର୍ତ୍ତମାନ କ୍ଷତିରେ ଚାଲୁଛି । ୨୦୧୯-୨୦ରେ ଏହା ୯୩୪ କୋଟି, ୨୦୨୦-୨୧ରେ ୯୯୮ କୋଟି ଓ ଚଳିତ ଏପ୍ରିଲ-ଜୁନରେ ୭୨୯ କୋଟି ଟଙ୍କାର କ୍ଷତି ସହିଛି ।

Get real time updates directly on you device, subscribe now.