ଟାଇମ୍ ପତ୍ରିକାର ପର୍ସନ ଅଫ୍ ଦି ଇୟର ୨୦୨୪ ପାଇଁ ମନୋନୀତ ହେଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ସମ୍ମାନଜନକ ପତ୍ରିକା ଟାଇମ୍ ମାଗାଜିନ୍ ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜର ‘ପର୍ସନ ଅଫ୍ ଦି ଇୟର’ ୨୦୨୪ ଭାବେ ଚୟନ କରିଛି । ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଟାଇମ୍ ପତ୍ରିକାର ପର୍ସନ ଅଫ୍ ଦି ଇୟର ଭାବେ ମନୋନୀତ ହୋଇଛନ୍ତି । ଡୋନାଲ୍ଡ ଟ୍ରମ୍ପ ୨୦୧୬ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ପର୍ସନ ଅଫ ଦି ଇୟର ନିର୍ବାଚିତ ହୋଇଥିଲେ ।

ଟାଇମ୍ ପତ୍ରିକାର ମୁଖ୍ୟ ସମ୍ପାଦକ ସାମ୍ ଜାକବ୍ସ ପତ୍ରିକାର ପାଠକମାନଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ଟାଇମ୍ ର ୨୦୨୪ ପର୍ସନ ଅଫ୍ ଦି ଇୟର, ଐତିହାସିକ ପ୍ରତ୍ୟାବର୍ତ୍ତନ, ଆମେରିକାର ରାଷ୍ଟ୍ରପତିତ୍ୱକୁ ନୂଆ ରୂପ ଦେବା ଏବଂ ବିଶ୍ୱରେ ଆମେରିକାର ଭୂମିକାକୁ ପରିବର୍ତ୍ତନ କରିବା ।

ଟାଇମ୍ ମାଗାଜିନ୍ ୧୯୨୭ ମସିହାରୁ ପ୍ରତିବର୍ଷ ପର୍ସନ ଅଫ୍ ଦି ଇୟର ଚୟନ କରିଆସୁଛି । ଏଥିରେ ଏମିତି ଜଣେ ବ୍ୟକ୍ତି ସାମିଲ ଅଛନ୍ତି ଯିଏ ସେହି ବର୍ଷ ନିଜର ଭଲ କିମ୍ବା ଖରାପ କାର୍ଯ୍ୟ ଦ୍ୱାରା ବିଶ୍ୱଉପରେ ସର୍ବାଧିକ ପ୍ରଭାବ ପକାଇଛନ୍ତି କିମ୍ବା ବିଶ୍ୱସ୍ତରୀୟ ଘଟଣାଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇଛନ୍ତି ।