ଆମେରିକା ଯିବା ଭାରତୀୟଙ୍କ ପାଇଁ ପାଲଟିବ ସ୍ୱପ୍ନ! ୪୪ କୋଟିରେ ଟ୍ରମ୍ପ ବିକିବେ ନାଗରିକତ୍ୱ
ଧନୀଙ୍କୁ ଆକୃଷ୍ଟ କରିବାକୁ ଟ୍ରମ୍ପଙ୍କ ପ୍ଲାନ୍ । ବାଇଡେନଙ୍କୁ ସମାଲୋଚନା ।
ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅମଳରେ କେତେକ ଭୁଲ୍ ଆର୍ଥୀକ ନୀତି ଯୋଗୁ ଦେଶର ଅର୍ଥନୀତି ଦୁର୍ବଳ ହୋଇଯାଇଥିଲା । ଯାହାକୁ ନେଇ ୨୦୨୪ ନଭେମ୍ବର ନିର୍ବାଚନ ବେଳେ ରିପବ୍ଲିକ୍ ଟ୍ରମ୍ପ ସମାଲୋଚନା କରିଥିଲେ।
ନୂଆ ଆର୍ଥିକ ସଂସ୍କାର: ଜାନୁଆରୀ ୨୦ରେ ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରଠୁ ନୂଆ ଆର୍ଥିକ ସଂସ୍କାର ପାଇଁ ବହୁ ପଦକ୍ଷେପ ଗ୍ରହଣ କରିସାରିଛନ୍ତି । ଏବେ ଆମେରିକାକୁ ଧନୀ ଇମିଗ୍ରେଣ୍ଟମାନଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି ।
ଶିଳ୍ପ ସମୃଦ୍ଧି: ଧନୀ ପ୍ରବାସୀମାନେ ଆମେରିକାକୁ ଯାଇ ସେଠାରେ ନିବେଶ କଲେ ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଶିଳ୍ପ ଜଗତ ସମୃଦ୍ଧ ହେବ ବୋଲି କୁହାଯାଉଛି । ବୁଧବାର ପ୍ରେସକନଫରେନ୍ସ ଜରିଆରେ ଟ୍ରମ୍ପ କହିଥିଲେ, ଆମେରିକାରେ ପ୍ରଚଳିତ ଇବି-୫ ଇମିଗ୍ରେଶନ ଇନଭେଷ୍ଟର ଭିଜା ପ୍ରୋଗ୍ରାମକୁ ହଟାଇ ଦିଆଯିବ ।
ବିକ୍ରି ହେବ କାର୍ଡ: ଗୋଲ୍ଡ କାର୍ଡ ବଳରେ ଆମେରିକାର ସ୍ଥାୟୀ ବସିନ୍ଦା ହେବାକୁ ହେଲେ ଧନୀ ଅପ୍ରବାସୀଙ୍କୁ ୫ ନିୟୁତ ଡଲାର ନିବେଶ କରିବାକୁ ପଡ଼ିବ । ଏହାବଳରେ ଗ୍ରୀନକାର୍ଡ ରେସିଡେନ୍ସି ଷ୍ଟାଟସ ମିଳିବ । ଯାହା ଆମେରିକା ନାଗରିକତ୍ୱ ପାଇଁ ବାଟେ ଫିଟାଇବ ।
ଏ ପ୍ରକାର ୧୦ ଲକ୍ଷ କାର୍ଡ ବିକ୍ରି କରାଯିବ । ତେବେ ଆସନ୍ତା ୨ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଦିଆଯିବ ବୋଲି ଟ୍ରମ୍ପକ କହିଛନ୍ତି । ଟ୍ରମ୍ପଙ୍କ ଏହି ନୀତି ଯୋଗୁ ଭାରତୀୟ ଏବଂ ଆମେରିକା ପଢିବାକୁ ଯୌଥଯାଉଥିବା ସ୍ଟୁଡେଣ୍ଟସମାନେ ଅସୁବିଧାରେ ପଡିବେ ।