ଭାରତ ଉପରେ ଆମେରିକାର ହିକିମାତି, ମୋଦୀଙ୍କ ଉପରେ ରାଗିଗଲେ ଟ୍ରମ୍ପ, ଲଗାଇଲେ ୨୫% ଟାରିଫ୍

ଅଗଷ୍ଟ ୧ ତାରିଖରୁ ଭାରତ ଉପରେ ଲାଗୁ ହେବ ଏହି ନୂଆ ଟାରିଫ୍।

ନୂଆଦିଲ୍ଲୀ: ଭାରତ ଉପରେ ଖପ୍ପା ଆମେରିକା। ମୋଦୀଙ୍କ ଉପରେ ରାଗିଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଲଗାଇଲେ ୨୫% ଟାରିଫ୍। ହଁ ଆଜ୍ଞା ଭାରତ ଉପରେ ୨୫% ଟାରିଫ୍ ଲଗାଇଲେ ଟ୍ରମ୍ପ।

ଏନେଇ ନିଜେ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ। ଅଗଷ୍ଟ ୧ ତାରିଖରୁ ଭାରତ ଉପରେ ଲାଗୁ ହେବ ଏହି ନୂଆ ଟାରିଫ୍।

ରୁଷିଆ ସହ ଭାରତର ବନ୍ଧୁତାକୁ ନେଇ ଖପ୍ପା ହେଲେ ଟ୍ରମ୍ପ। ରୁଷିଆ ଠାରୁ ଭାରତ ଅଧିକ ପ୍ରତିରକ୍ଷା ସାମଗ୍ରୀ କିଣୁଥିବାରୁ ରାଗିଗଲେ ଡୋନାଲ୍ଡ ଟ୍ରମ୍ପ। ଶକ୍ତି କ୍ଷେତ୍ରରେ ଭାରତ ରୁଷିଆ ଠାରୁ ଅଧିକ କ୍ରୟ କରୁଛି। ତେଣୁ ରାଗିଯାଇ ଭାରତ ଉପରେ ୨୫% ଟାରିଫ ଲଗାଇଦେଲେ ଟ୍ରମ୍ପ।