fbpx

ପବିତ୍ର ଶ୍ରାବଣ ମାସରେ ଦାନ କରନ୍ତୁ ଏହିସବୁ ଜିନିଷ: ସୁଖ-ସମୃଦ୍ଧିରେ ଭରିଯିବ ଘର, ମିଳିବ ଶିବଙ୍କ କୃପା

ଶ୍ରାବଣ ମାସ ଭଗବାନ ଶିବଙ୍କର ପ୍ରିୟ ମାସ । ଏହି ମାସରେ ଶୈବ ଭକ୍ତମାନେ ନିଜର ମନସ୍କାମନା ପୂରଣ କରିବା ପାଇଁ ମହାଦେବଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ବାବା ଭୋଳାନାଥଙ୍କ ଆଶିଷ ପାଇବା ପାଇଁ ପାଣି ଭାର କାନ୍ଧରେ ଧରି ଚାଲି ଚାଲି ବୋଲବମ୍ ଯାଇଥାନ୍ତି । ଏହି ପାଣିକୁ ମହାଦେବଙ୍କ ମସ୍ତକରେ ଢାଳି ବାବା ଭୋଳାନାଥଙ୍କୁ ପୂଜାର୍ଚ୍ଚନା ମଧ୍ୟ କରାଯାଏ । ବିଶ୍ୱାସ ରହିଛି ଯେ ଶ୍ରାବଣ ମାସ ସୋମବାରରେ ଭଗବାନ ଶିବଙ୍କ ଉପରେ ଜଳ ଲାଗି କଲେ ସମସ୍ତ ବାଧା ବିଘ୍ନ ଦୂର ହେବା ସହ ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ । ସେଥିପାଇଁ ଏହି ମାସରେ ଭକ୍ତମାନେ କାଉଡି ଭାର ନେଇ ଶିବଙ୍କୁ ଜଳାଭିଷେକ କରିଥାନ୍ତି । ତେବେ ଶ୍ରାବଣ ସୋମବାରରେ ପୂଜାପାଠ କରିବା ସହ ଦାନ କରିବାର ମଧ୍ୟ ଗୁରୁତ୍ୱ ରହିଛି । ଯାହାଦ୍ୱାରା ଖୁବ ପ୍ରସନ୍ନ ହୋଇଥାନ୍ତି ବାବା ଭୋଳାଶଙ୍କର ।

ଶ୍ରାବଣ ମାସରେ ଦାନ କରିବାର ମହତ୍ତ୍ୱ କ’ଣ

• ଶ୍ରାବଣ ମାସ ସୋମବାର ଦିନ ଅସହାୟ ଲୋକମାନଙ୍କୁ ଚାଉଳ ଓ କ୍ଷୀର ଦାନ କରନ୍ତୁ । ଏହାଦ୍ୱାରା ଭଗବାନ ଶଙ୍କର ସନ୍ତୁଷ୍ଟ ହେବା ସହ ଘରେ ଧନ ବୃଦ୍ଧି ମଧ୍ୟ ହୋଇଥାଏ ।

• ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ ରୁଦ୍ରାକ୍ଷ ଚଢାଇଲେ କିମ୍ବା ଦାନ କଲେ ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ହେବା ସହିତ ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।

• ଏହି ମାସର ସୋମବାରରେ ମହାଦେବଙ୍କୁ କଞ୍ଚା କ୍ଷୀର ଅର୍ପଣ କରିବା ସହ ଗରିବ ଲୋକମାନଙ୍କୁ ମଧ୍ୟ କ୍ଷୀର ପ୍ରଦାନ କରନ୍ତୁ । କ୍ଷୀର ଦାନ କରିବା ଦ୍ୱାରା ଘରେ ସୁଖସମୃଦ୍ଧି ସହ ଧନ ମଧ୍ୟ ବଢିଥାଏ ।

• ଶ୍ରାବଣ ମାସରେ ଅସହାୟମାନଙ୍କୁ ବସ୍ତ୍ର ଦାନ କରିବା ମଧ୍ୟ ଅନେକ ପୂଣ୍ୟଲାଭ କରାଇଥାଏ । ଏହାଫଳରେ ଘରୁ ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ଦୂର ହୋଇଥାଏ ।

• ଏହି ମାସରେ ଭିକାରୀମାନଙ୍କୁ ରନ୍ଧା ଖାଦ୍ୟ ଦାନ କରନ୍ତୁ, ଏହା କରିବା ଦ୍ୱାରା ଭଗବାନ ଶଙ୍କରଙ୍କ କୃପା ମିଳିବା ସହ ଶାରୀରିକ ଓ ମାନସିକ କଷ୍ଟ ଦୂର ହୁଏ ।

Get real time updates directly on you device, subscribe now.