fbpx

ସାବଧାନ୍! ଟିକିଏ ଅସାବଧାନତାରୁ ହ୍ୟାକ ହୋଇପାରେ ମୋବାଇଲ: ଆକାଉଣ୍ଟରୁ ଉଡିଯିବ ସବୁତକ ଟଙ୍କା

ନୂଆଦିଲ୍ଲୀ: ଆଜିକାଲି ଭାରତ ଯେତେ ଡିଜିଟାଲ ହେଉଛି, ଡିଜିଟାଲ ଠକେଇର ମାତ୍ରା ମଧ୍ୟ ବୃଦ୍ଧି ପାଉଛି । ଏବେ ହାଇଟେକ ଟେକ୍ନୋଲୋଜିର ବ୍ୟବହାର ସୁରକ୍ଷା ଏଜେନ୍ସି ସହିତ ଅପରାଧୀକ କାରବାରରେ ମଧ୍ୟ ବ୍ୟବହାର ହେବାରେ ଲାଗିଛି । ଲୋକମାନଙ୍କୁ ଠକି ସେମାନଙ୍କୁ ଲୁଟ କରିବାର ଏକ ନୂଆ ପ୍ଲାଟଫର୍ମ ପାଲଟିଛି ଅନଲାଇନ । ତେଣୁ ଟିକିଏ ଅସାବଧାନତା ଯୋଗୁଁ ଆପଣଙ୍କ ମୋବାଇଲ ହ୍ୟାକ ହୋଇପାରେ । ଏଭଳି ପରିସ୍ଥିତିରେ ଲୋକମାନେ ସାବଧାନ ରହିବା ଉଚିତ । ଟିକିଏ ଅସାବଧାନତା ପାଇଁ ସାଇବର ଠକେଇର ଶୀକାର ହୋଇପାରନ୍ତି ।

ସୂଚନା ଅନୁସାରେ କିଛି ଗ୍ୟାଙ୍ଗ ମଧ୍ୟପ୍ରଦେଶର ପୁର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମୋବାଇଲ ନମ୍ବରରୁ ନକଲି କଲ କରି କଂଗ୍ରେସ କର୍ମୀମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ମାଗୁଥିଲେ । ତେବେ କୁହାଯାଉଛି ଯେ, କମଲନାଥଙ୍କ ମୋବାଇଲ ନମ୍ବରକୁ ହ୍ୟାକ କରାଯାଇଛି । ତେବେ ଏହି ପ୍ରକାର ଟେକ୍ନୋଲୋଜିର ବ୍ୟବହାର କରିବା ପାଇଁ କେତେକ ଆପ୍ଲିକେସନର ବ୍ୟବହାର କରାଯାଉଛି । ସାଇବର ଏକ୍ସପର୍ଟ ସବ ଇନ୍ସପେକ୍ଟର ପ୍ରତିକ ଯାଦବଙ୍କ ମୁତାବିକ ବର୍ତ୍ତମାନ ସମୟରେ କିଛି ଆପ୍ଲିକେସନ ମାଧ୍ୟମରେ ଫେକ୍ କଲ୍ କରାଯାଇ ପାରୁଛି । ଧାରର ଏସପି ମନୋଜ କୁମାର ସିଂହଙ୍କ ମୁତାବିକ ଯଦି କୌଣସି ବ୍ୟକ୍ତି ଠକାମିରୁ ବଞ୍ଚିବା ପାଇଁ ଚାହୁଁଛନ୍ତି, ତେବେ ମୋବାଇଲରେ କୌଣସି ଅଜଣା ଆପ୍ଲିକେସନ ଡାଉନଲୋଡ କରନ୍ତୁ ନାହିଁ । ଏହାସହ ଅଜଣା ଲିଙ୍କଗୁଡିକୁ ମଧ୍ୟ କ୍ଲିକ କରନ୍ତୁ ନାହିଁ । ଯଦି ଅଜଣା ଲିଙ୍କ କ୍ଲିକ ହୁଏ, ତେବେ ମୋବାଇଲକୁ ହ୍ୟାକ କରି ହ୍ୟାକର୍ ସମସ୍ତ ସୂଚନା ପାଇବା ସହ ଏହାର ଅପବ୍ୟବହାର କରିଥାଏ ।

ସାଇବର କ୍ରାଇମ କରିବା ପାଇଁ ଅପରାଧୀମାନେ ବିଦେଶୀ ସର୍ଭର ବ୍ୟବହାର କରନ୍ତି । ଏହି ମାମଲାରେ ଅପରାଧୀମାନଙ୍କୁ ଧରିବା କଷ୍ଟକର ଅଟେ । ଏବେ ଦିନକୁ ଦିନ ସାଇବର କ୍ରାଇମର ମାତ୍ରା ବଢିବାରେ ଲାଗିଛି । ଟିକିଏ ଅସାବଧାନତା ପାଇଁ ସାଇବର ଅପରାଧୀମାନେ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିପାରନ୍ତି ତେଣୁ ଏଥିପ୍ରତି ଲୋକମାନଙ୍କୁ ସତର୍କ ରହିବା ଜରୁରୀ ।

Get real time updates directly on you device, subscribe now.