(Video) ‘ବାତ୍ୟା ପାଇଁ ଭୟ କରନ୍ତୁ ନାହିଁ, ସଜାଗ ରୁହନ୍ତୁ’: ଲୋକଙ୍କୁ ନିବେଦନ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଭିତରକନିକା-ଧାମରା ମଧ୍ୟରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ହିଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ବୃଦ୍ଧି ପାଇବା ଦେଖିବାକୁ ମିଳିଛି। ଧାମରା ସମେତ ପାଖାପାଖି ଅଞ୍ଚଳରେ ବାତ୍ୟାର ସିଧାସଳଖ ବାତ୍ୟାର ପ୍ରଭାବ ପଡିଲାଣି। ତେଣୁ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଏଠାରେ କ’ଣ ପ୍ରଭାବ ପଡ଼ିବ, ତାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ଦେଖାଦେଇଛି। ଏହାରି ମଧ୍ୟରେ ବାତ୍ୟା ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଛନ୍ତି।

ସେ କହିଛନ୍ତି ଯେ, ବାତ୍ୟା ଆସୁଥିବା ଖବର ପାଇ ଆମେ ସମସ୍ତେ ଚିନ୍ତିତ। ପୂର୍ବରୁ ଆମେ ସମସ୍ତେ ମିଶି ସଫଳତା ସହ ଅନେକ ବାତ୍ୟା ର ମୁକାବିଲା କରିଛେ.ଆମର ଏକ ବହୁତ effective disaster management policy ଅଛି। ତେଣୁ ଆପଣମାନଙ୍କୁ ମୋର ଅନୁରୋଧ ବାତ୍ୟା ପାଇଁ ଆପଣ ମାନେ ଭୟଭୀତ ହୁଅନ୍ତୁ ନାହିଁ। ସଜାଗ ରୁହନ୍ତୁ। ଜୀବନ ଅମୁଲ୍ୟ। ନିରାପଦ ରୁହନ୍ତୁ.ବାତ୍ୟା ମୁକାବିଲା ରେ ପ୍ରଶାସନ କୁ ପୁରା ସହଯୋଗ ଦିଅନ୍ତୁ। ସବୁ ନିର୍ବାଚିତ ପ୍ରତିନିଧିମାନଙ୍କୁ ମୋର ଅନୁରୋଧ ଆପଣମାନେ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ। ଲୋକଙ୍କୁ ସାହାଯ୍ୟ କରନ୍ତୁ। ମୋର ଦୃଢ଼ ବିଶ୍ୱାସ ଆମେ ସମସ୍ତେ ଏକାଠି ପୂର୍ବ ପରି ବାତ୍ୟା ‘ଦାନା’ର ସଫଳ ମୁକାବିଲା କରିପାରିବା। ଜୟ ଜଗନ୍ନାଥ..