ହିନ୍ଦୁ ଧର୍ମରେ ୧୮ଟି ପୁରାଣ ବିଷୟରେ ବର୍ଣ୍ଣନା କରାଯାଇଛି । ଯେଉଁଥିରେ ଗରୁଡ଼ ପୁରାଣ ରେ ଜୀବନ ସହ ସମ୍ବନ୍ଧିତ ଖାସ୍ କଥା ଉପରେ ବର୍ଣ୍ଣନା କରାଯାଇଛି । ଗୁରୁଡ଼ ଭଗବାନ ବିଷ୍ଣୁଙ୍କର ବାହନ ବୋଲି ବିଶ୍ୱାସ କରାଯାଏ । ଗରୁଡ଼ ପୁରାଣରେ କେଉଁ କାମ କରିବା ଦ୍ୱାରା ବ୍ୟକ୍ତି ଜୀବନରେ ଦରଦ୍ରତା ଆସେ ସେ ବିଷୟରେ ବର୍ଣ୍ଣନା କରାଯାଇଛି ।
– ଗରୁଡ଼ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ମଇଳା କପଡ଼ା ପିନ୍ଧିଥାଏ, ତାଙ୍କ ଉପରେ ମା’ ଲକ୍ଷ୍ମୀ ସବୁବେଳେ ଅସନ୍ତୁଷ୍ଟ ରହିଥାନ୍ତି । ମା’ ଲକ୍ଷ୍ମୀଙ୍କୁ ସଫା-ସୁତୁରା ବେଶ୍ ପସନ୍ଦ ହୋଇଥାଏ । ଏଥିପାଇଁ ସେ ସେହି ଘରେ ବାସ କରନ୍ତି ଯେଉଁଠାରେ ସ୍ୱଚ୍ଛତା ରହିଥାଏ ।
– ଗରୁଡ଼ ପୁରାଣ ଅନୁଯାୟୀ ଯେଉଁ ଲୋକଙ୍କୁ ଧନ କିମ୍ବା ଟଙ୍କାର ଲୋଭ ହୋଇଯାଏ ତାଙ୍କର ବୁଦ୍ଧି ଭ୍ରଷ୍ଟ ହୋଇଯାଏ । ଯେଉଁ କାରଣରୁ ଲୋକେ ଧନକୁ ବ୍ୟର୍ଥ କରି ଦରିଦ୍ରତା ଆଡ଼କୁ ମୁହାଁଇଥାନ୍ତି । ଏମିତି ସ୍ୱଭାବ ଏବଂ ଚରିତ୍ରର ଲୋକଙ୍କ ଘରେ ମା ଲକ୍ଷ୍ମୀ ବାସ କରିନଥାନ୍ତି ।
– ଯଦି କେହି ପରିଶ୍ରମ କରୁନାହିଁ ଅଥବା ଦିଆଯାଇଥିବା କାମକୁ ଠିକ୍ ଭାବରେ କରୁନାହିଁ ତେବେ ତାଙ୍କ ଉପରେ ମା’ ଲକ୍ଷ୍ମୀ କୋପ କରିଥାନ୍ତି । ଗରୁଡ଼ ପୁରାଣରେ ଏଭଳି ସ୍ୱଭାବଠାରୁ ଦୂରେଇ ରହିବା ପାଇଁ କୁହାଯାଇଛି ।
– ଗରୁଡ଼ ପୁରାଣ ଅନୁଯାୟୀ ଯେଉଁ ଲୋକ ସମୟକୁ ଆରାମରେ ଅତିବାହିତ କରିଦିଏ । ଏମିତି ଲୋକଙ୍କଠାରୁ ଭଗବାନ ନାରାଜ ହୋଇଥାନ୍ତି ଏବଂ ତାଙ୍କ ଜୀବନରେ ଦରିଦ୍ରତା ଆସିଥାଏ, ଏହା ସହ ଯେଉଁ ଲୋକମାନେ ଶରୀରର ସଫେଇ କରିନଥାନ୍ତି ତାଙ୍କ ଜୀବନରେ ମଧ୍ୟ ଦରିଦ୍ରତା ଆସିଥାଏ ।
– ଗରୁଡ଼ ପୁରାଣ ଅନୁଯାୟୀ ଯେଉଁ ଲୋକମାନେ କେବଳ ଅନ୍ୟର କୁଗୁଣ ଦର୍ଶାଇଥାନ୍ତି କିମ୍ବା ଅନ୍ୟ ବିଷୟରେ ଖରାପ କହିଥାନ୍ତି ଏଭଳି ଲୋକଙ୍କ ଠାରୁ ମା’ ଲକ୍ଷ୍ମୀ ନାରାଜ ହୋଇଥାନ୍ତି । ଏହା ବ୍ୟତୀତ ବିନା କାରଣରେ କାହାଉପରେ ଚିଲ୍ଲାଇବା ଦ୍ୱାରା ମଧ୍ୟ ଜୀବନରେ ଦରିଦ୍ରତା ଆସିଥାଏ ।