fbpx

ଫେସିଆଲ କରିବା ପରେ କରନ୍ତୁ ନାହିଁ ଏହି ଭୁଲ, ହ୍ରାସ ହୋଇପାରେ ତ୍ୱଚାର ଚମକ

Advertisement

ଓଡ଼ିଶା ଭାସ୍କର: ସାଧାରଣତଃ ବିବାହ ଉତ୍ସବ ହେଉ କିମ୍ବା କୌଣସି ପାର୍ଟି ଫଙ୍କସନକୁ ଯିବା ପୂର୍ବରୁ ଅଧିକାଂଶ ମହିଳା ଫେସିଆଲ କରାଇଥାନ୍ତି । ଫେସିଆଲ କରାଇବା ଦ୍ୱାରା ତ୍ୱଚାର ଡୀପ କ୍ଲିନଜିଂ ହୋଇଥାଏ । ପ୍ରଦୂଷଣ ଏବଂ ଖରା ପ୍ରଭାବରେ ଶୁଷ୍କ ତ୍ୱଚାର ଗ୍ଲୋକୁ ପୁନର୍ଜୀବିତ କରାଇଥାଏ । ସାଧାରଣତଃ ପ୍ରତି ୩୦-୪୦ ଦିନରେ ଥରେ ଫେସିଆଲ କରାଇବା ଉଚିତ । ଏହା ଦ୍ୱାରା ଡେଡ୍ ସେଲ୍ସ ଏବଂ ବ୍ଲାକହେଡ୍ସ ସମସ୍ୟା ଦୂରେଇଥାଏ । ଏହା ବ୍ୟତୀତ ଚେହେରାରେ ଶୀଘ୍ର ବୟସର ଛାପ ଦେଖାଯାଇନଥାଏ ଏବଂ ତ୍ୱଚାର ନମନୀୟତା ବଜାୟ ରହିଥାଏ । କିନ୍ତୁ ଅଧିକାଂଶ ପୁରୁଷ କିମ୍ବା ମହିଳା ଫେସିଆଲ ପରେ ଏପରି କିଛି ଭୁଲ କରିଥାନ୍ତି ଯାହା ସେମାନଙ୍କ ତ୍ୱଚାର ଚମକକୁ ହ୍ରାସ କରିଥାଏ ।

୧. ଚେହେରାକୁ ବାରମ୍ବାର ଛୁଇଁବା: ଫେସିଆଲ ପରେ ମୁହଁକୁ ବାରମ୍ବାର ଛୁଇଁବା ଦ୍ୱାରା ହାତର ସଂକ୍ରମଣ ଯୋଗୁଁ ତ୍ୱଚାରେ ବ୍ରଣ କିମ୍ବା ଆଲର୍ଜୀ ସମସ୍ୟା ଦେଖାଯାଇପାରେ ।

୨. ମେକ୍‌ଅପ୍ କରିବା: ଫେସିଆଲ କରିବାର ୨ରୁ ୩ ଦିନ ପର୍ଯ୍ୟନ୍ତ କୌଣସି ପ୍ରକାର ମେକଅପ୍ କରିବା ଠାରୁ ଦୂରେଇ ରୁହନ୍ତୁ । ଫେସିଆଲ କରିବା ପରେ ତ୍ୱଚାର ରୋମଛିଦ୍ର ଖୋଲିଯାଏ ଏବଂ ମେକ୍‌ଅପର କେମିକାଲ ପ୍ରଭାବ ଦ୍ୱାରା ତ୍ୱଚାରେ ରାସେସ୍ ହୋଇପାରେ । ଏହା ବ୍ୟତୀତ ଫେସିଆଲର ତୁରନ୍ତ ପରେ କୌଣସି ପ୍ରକାର ଫେସ୍ କ୍ରିମ୍ ବା ମଇଶ୍ଚରାଇଜର ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ ।

୩. ଫେଶ୍ ୱାଶ୍ ବା ସ୍କ୍ରବ୍ କରିବା: ଫେସିଆଲ କରିବାର ୨୪ ଘଣ୍ଟା ପର୍ଯ୍ୟନ୍ତ ସାବୁନ କିମ୍ବା ଫେଶ୍ ୱାଶ୍ ସହ ସ୍କ୍ରବ କରିବା ଉଚିତ ନୁହେଁ । ତେବେ ମୁହଁକୁ ପାଣି କିମ୍ବା ଗୋଲାପ ଜଳରେ ଧୋଇ ପାରିବେ ।

୪. ଖରା: ଫେସିଆଲ ପରେ ତ୍ୱଚା ଅଧିକ ସମ୍ବେଦନଶୀଳ ହୋଇଥାଏ । ଖରାରେ ବାହାରିବା ଦ୍ୱାରା ପ୍ରଦୂଷଣରେ ତ୍ୱଚାର ଚମକ ଝାଉଁଳି ଯାଏ । ଖରାରେ ଝାଳ ଯୋଗୁଁ ଫେସିଆଲର ପ୍ରଭାବ ହ୍ରାସ ହୋଇଥାଏ ।

୫. ଥ୍ରେଡିଂ ଏବଂ ୱାକ୍ସିଂ: ଫେସିଆଲ ପରେ ତ୍ୱଚା ସମ୍ବେଦନଶୀଳ ହୋଇଯାଏ । ତେଣୁ ଫେସିଆଲ କରିବା ପରେ ଥ୍ରେଡିଂ ଏବଂ ୱାକ୍ସିଂ କରାଇବା ଠାରୁ ଦୂରେଇ ରୁହନ୍ତୁ । ଏହା ତ୍ୱଚାକୁ କ୍ଷତି ପହଞ୍ଚାଇପାରେ । ଥ୍ରେଡିଂରେ ତ୍ୱଚା କଟିଯିବାର ସମ୍ଭାବନା ରହିଛି । ଆବଶ୍ୟକ ହେଲେ ଫେସିଆଲ ପୂର୍ବରୁ ଥ୍ରେଡିଂ ଏବଂ ୱାକ୍ସିଂ କରାଇବା ଉଚିତ ।

 

Get real time updates directly on you device, subscribe now.