fbpx

ଭୁଲରେ ବି ଏହି ସବୁ ଆପ୍ ଡାଉନଲୋଡ଼ କରନ୍ତୁନି, ଉପଭୋକ୍ତାଙ୍କୁ ସତର୍କ କରାଇଲା ଗୁଗଲ…

ନୂଆଦିଲ୍ଲୀ: ଡିଜିଟାଲ୍ ପେମେଣ୍ଟ ପାଇଁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ଭଳି ସୁବିଧା ରହିଛି, ଯାହା ମାଧ୍ୟମରେ ଆପଣ ଘରେ ବସି ଟଙ୍କା ଟ୍ରାନ୍ସଫର କରିପାରୁଛନ୍ତି । ୟୁପିଆଇ ନିକଟ ଅତୀତରେ ବହୁଳ ଭାବରେ ବ୍ୟବହୃତ ଡିଜିଟାଲ୍ ପେମେଣ୍ଟ ମୋଡ୍ ଭାବରେ ଉଭା ହୋଇଛି । ଅଧିକାଂଶ ଲୋକ ୟୁପିଆଇ ପେମେଣ୍ଟ କରିବା ପାଇଁ ପେଟିଏମ୍, ଫୋନ୍ ପେ, ଭୀମ୍, ଗୁଗୁଲ୍ ପେ ଭଳି ୟୁପିଆଇ ଆପ୍ ବ୍ୟବହାର କରୁଛନ୍ତି। ଏଥି ମଧ୍ୟରେ ଗୁଗଲ ପେ ପ୍ରାୟ ସମସ୍ତେ ବ୍ୟବହାର କରୁଛନ୍ତି। ଯେଉଁଥିପାଇଁ ଗୁଗଲ୍ ପେ ହେଉଛି ଭାରତରେ ବ୍ୟବହୃତ ଟପ୍ ଟଚଓ ଦେୟ ମଧ୍ୟରୁ ଅନ୍ୟତମ। ତେବେ ଗୁଗୁଲ ଏହାର ଆପ୍ ଗୁଗୁଲ ପେ ପାଇଁ ଏକ ବଡ ଆଲର୍ଟ ଜାରି କରିଛି। ଯାହା ସମସ୍ତ ଉପଭୋକ୍ତା ମାନେ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଗୁଗୁଲ ଏହାର ଉପଭୋକ୍ତାମାନଙ୍କୁ ଭୁଲରେ ମଧ୍ୟ କିଛି ଆପ୍ ଡାଉନଲୋଡ୍ ନକରିବାକୁ ଅବଗତ କରାଇଛି ।

ଯେଉଁଥିରେ ଗୁଗୁଲ୍ କହିଛି ଯେ କିଛି ଆପ୍ ମାଧ୍ୟମରେ ହ୍ୟାକର ମାନେ ଆପଣଙ୍କ ଫୋନରେ ଆସୁଥିବା ଙଞଚ ଦେଖିପାରିବେ। ଏହା ବ୍ୟତୀତ, ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟଗୁଡିକରୁ ଟଙ୍କା ମଧ୍ୟ ଖାଲି ହୋଇପାରେ। ତେବେ ଗୁଗଲ ଏଭଳି ସୂଚନା ଜାରି କରି ଉପଭୋକ୍ତା ମାନଙ୍କୁ ସ୍କ୍ରିନ୍ ସେୟାରିଂ ଆପ୍ ବିଷୟରେ ସତର୍କ କରାଇଛି। ସ୍କ୍ରିନ୍ ସେୟାର୍ ଆପ୍ ଡାଉନଲୋଡ୍ କରିବାକୁ ଗୁଗୁଲ୍ ଏହାର ଉପଭୋକ୍ତାମାନଙ୍କୁ ବାରଣ କରିଛି । ଗୁଗୁଲ୍ କହିଛି ଯେ କୌଣସି ମୋବାଇଲ୍ ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ ଯେଉଁଥିରେ ସ୍କ୍ରିନ୍ ସେୟାରିଂ ଏବଂ ରିମୋଟ କଣ୍ଟ୍ରୋଲର ବିକଳ୍ପ ଅଛି। ଯଦି ଏହି ଆପଗୁଡ଼ିକ ମଧ୍ୟରୁ କୌଣସିଟି ଆପଣଙ୍କ ଫୋନରେ ଅଛି ତେବେ ତୁରନ୍ତ ଏହାକୁ ଡିଲିଟ୍ କରନ୍ତୁ। ନଚେତ ଏହି ଆପ୍ ସାହାଯ୍ୟରେ, ଆପଣଙ୍କ ଫୋନରେ ଥିବା ଯେକୌଣସି ସୂଚନା ଦେଖାଯାଇପାରିବ। ଙଞଚ ଗୁଡିକ ମଧ୍ୟ ଦେଖାଯାଇପାରିବ ଏବଂ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରିବ। Don’t  these apps by mistake,  s…

ସ୍କ୍ରିନ୍ ସେୟାରିଂ ଆପ୍ କଣ?
ସ୍କ୍ରିନ୍ ସେୟାରିଂ ଆପ୍ ସାଧାରଣତଃ ଦୂରରୁ ଡିଭାଇସ୍ ଫିକ୍ସିଂ ପାଇଁ ବ୍ୟବହୃତ ହୁଏ କିନ୍ତୁ ଆଜିକାଲି ଏହା ଲୋକଙ୍କୁ ଦୂରରୁ ସ୍କାମ କରିବା ପାଇଁ ବ୍ୟବହୃତ ହେଉଛି । ବର୍ତ୍ତମାନ, ସ୍କ୍ରିନ୍ ସେୟାର୍, ଇଦ୍ଭଚ୍ଚଊରଗ୍ଦଳ ଏବଂ ଞରବଜ୍ଞଠସରଙ୍ଗରକ୍ସ ପରି ଆପ୍ ବହୁତ ଲୋକପ୍ରିୟ ଅଟେ ଯାହା ସ୍କ୍ରିନ୍ ସେୟାରିଂ ଆପ୍ । ଏହି ଆପ୍ ସାହାଯ୍ୟରେ, ଦୂରରେ ବସିଥିବା ଅନ୍ୟ କେହି ବ୍ୟକ୍ତି ଯେକୌଣସି ଫୋନର ସ୍କ୍ରିନ୍ ଦେଖିପାରିବେ।

Get real time updates directly on you device, subscribe now.