fbpx

ଏ ହେଉଛନ୍ତି ଦୁନିଆର ସବୁଠାରୁ ଧନୀ ଭିକାରୀ, ମୁମ୍ବାଇରେ ବଙ୍ଗଳା ସହ ରହିଛି ୭.୫ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ: ଆପଣ ଭିକାରୀଙ୍କ ପାଖ ଦେଇ ଗଲାବେଳେ ସେମାନଙ୍କ ହାତରେ କିଛି ଖୁଚୁରା ପଇସା ଧରାଇ ଦେଉଥିବେ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ପରିସ୍ଥିତିରେ ପଡି ସେମାନେ ବାଧ୍ୟ ହୋଇ ଭିକ ମାଗୁଛନ୍ତି କି ସେମାନେ ଏହାକୁ ଏକ ସହଜ ପେଶା ଭାବି ଆପଣାଇ ନେଇଛନ୍ତି । କାରଣ ଏଥିରେ ଆଦୌ ପରିଶ୍ରମ କରିବାକୁ ପଡି ନ ଥାଏ ଓ ଲୋକଙ୍କ ଠାରୁ ଯାହା ମିଳିଥାଏ ସେଥିରେ ଆରାମରେ ଭରଣ ପୋଷଣ ହୋଇଯାଏ । ଆଜି ଆମେ ଆପଣଙ୍କୁ ବିଶ୍ୱର ସବୁଠାରୁ ଧନୀ ଭିକାରୀ ବିଷୟରେ କହିବାକୁ ଯାଉଛୁ

ଆମ ଦେଶ ମୁମ୍ବାଇରେ ରହୁଥିବା ଭରତ ଜୈନ ହେଉଛନ୍ତି ଦୁନିଆର ସବୁଠାରୁ ଧନୀ ଭିକାରୀ । ଭରତ ଭଡାରେ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ନେଇ ବଡ ଧରଣର ବ୍ୟବସାୟ କରୁଛି । ଏହି ବ୍ୟବସାୟରୁ ତାର ଲକ୍ଷ ଲକ୍ଷ ଟଙ୍କା ରୋଜଗାର ବି ହେଉଛି । ମୁମ୍ବାଇ ପରି ସହରରେ ସେ ନିଜର ବହୁ ସଂପତ୍ତି ଠୁଳ କରିସାରିଲାଣି ।

ଦୀର୍ଘବର୍ଷ ଧରି ଭିକ ମାଗିବା ପରେ ଏବେ ଭରତ ବେଶ୍ ଆରାମଦାୟକ ଜୀବନ ଜୀଉଁଛି । ସେ ଏବେ ଜଣେ କୋଟିପତି ଓ ତାର ଘର ପରିବାର ବି ଅଛି । ସେ ନିଜର ପତ୍ନୀ, ଦୁଇ ପୁଅ, ଭାଇ ଓ ପିତାଙ୍କ ସହ ରହୁଛି । ଭିକ ମାଗି ମାଗି ହିଁ ସେ ଏତେ ସଂପତ୍ତି ଠୁଳ କରିବା ସହ ନିଜ ପରିବାରର ସଦସ୍ୟଙ୍କୁ ରୋଜଗାରର ବାଟ ଦେଇଛି । ମାସକୁ ଭରତର ରୋଜଗାର ୭୦ରୁ ୭୫ ହଜାର ପର୍ଯ୍ୟନ୍ତ ହୋଇଥାଏ । ଏହି ପ୍ରକାରରେ ବର୍ଷକୁ ସେ ୯ ଲକ୍ଷ ଆରାମରେ ରୋଜଗାର କରିଥାଏ । ଏହି ପଇସାରେ ସେ ମୁମ୍ବାଇରେ ଏକ ବଙ୍ଗଳା ବି ନିର୍ମାଣ କରିଛି । ତା’ ପୁଅକୁ ସେ କନଭେଣ୍ଟ ସ୍କୁଲରେ ପଠାଉଛି ।

ଭରତ ପାଖରେ ଏବେ ୭.୫ କୋଟିର ସମ୍ପତ୍ତି ରହିଛି । ଏହାସତ୍ତ୍ୱେ ବି ଭରତ ଭିକ୍ଷାବୃତ୍ତି ଛାଡୁନାହିଁ । ପରିବାର ଲୋକ ତାକୁ ଭିକ୍ଷାବୃତ୍ତି କରିବାକୁ ମନା କରୁଥିଲେ ମଧ୍ୟ ସେ କହିଛି ଯେଉଁ କାମ ପାଇଁ ସେ ଆଜି ଏତେ ଧନ ସଂପତ୍ତିର ମାଲିକ ହୋଇପାରିଛି ତାକୁ କେବେ ବି ଛାଡିବ ନାହିଁ ।

Get real time updates directly on you device, subscribe now.