fbpx

ଏହିସବୁ ପରିବା କଞ୍ଚା ଖାଉଥିଲେ ହୋଇପାରେ ସମସ୍ୟା, ମସ୍ତିଷ୍କ କ୍ଷତି ହେବାର…

ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ଆମେ ଜାଣିଥାଆନ୍ତି । କିଛି ଲୋକ ସାଲାଡ୍‌ ଆକାରରେ କଞ୍ଚା ପନିପରିବା ମଧ୍ୟ ଖାଇଥାନ୍ତି । ଏହା ସହ କିଛି ପନିପରିବା ଅଛି ଯାହା କଞ୍ଚା ଖାଇଲେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଆଜି ଆମେ ଆପଣଙ୍କୁ ଏପରି କିଛି ପନିପରିବା ବିଷୟରେ କହିବୁ, ଯାହା କଞ୍ଚା ଖାଇବା ଉଚିତ୍‌ ନୁହେଁ ।

ଜାଣନ୍ତୁ କିପରି?

୧. ପାଳଙ୍ଗ- ଏହି ପରିବା ସବୁ ଋତୁରେ ଉପଲବ୍ଧ ଏବଂ ଏହା ବହୁ ସହଜରେ ମଧ୍ୟ ମିଳି ଯାଇଥାଏ । ଖାସ୍‌ କରି ଏହି ପରିବା ଶୀତ ଋତୁର ଅଧିକମାତ୍ରାରେ ମିଳିଥାଏ । ଆପଣ ପାଳଙ୍ଗକୁ ଖାଇବାରେ ସାମିଲ କରିପାରିବେ, କିନ୍ତୁ କଞ୍ଚା ପାଳଙ୍ଗ ଖାଇବା ଦ୍ୱାରା କ୍ଷତି ହୋଇପାରେ । କିଛି ଲୋକ ପାଳଙ୍ଗ ରସ କିମ୍ବା ପାଳଙ୍ଗ ପତ୍ର ଖାଇଥାନ୍ତି ଯାହା ଆପଣଙ୍କୁ ଅଧିକ କ୍ଷତି ଗ୍ରସ୍ତ କରାଇଥାଏ । ପାଳଙ୍ଗରେ ଅଧିକ ପରିମାଣର ଅକ୍ସାଲେଟ୍‌ ଥାଏ ଯାହା କିଡନୀରେ ଷ୍ଟୋନ୍‌ ହେବା ସମସ୍ୟା ଦେଖାଦେଇଥାଏ ।

୨. କୋବି – କ୍ରୁସିଫେରସ୍‌ ପନିପରିବାରେ ଫୁଲକୋବି, ବ୍ରୋକୋଲି ଏବଂ ବନ୍ଧାକୋବି ଭଳି ପରିବାରେ ଅନ୍ତର୍ଭୁକ୍ତ । କିଛି ଲୋକ ଏହି ପରିବାକୁ କଞ୍ଚା ଖାଇଥାନ୍ତି ଯାହା ଠିକ୍‌ ନୁହେଁ । ଏହି ପରିବାକୁ ଆପଣ ସିଜେଇ ଖାଇପାରିବେ, ଯାହା ସ୍ୱାସ୍ଥ୍ୟ ପାଇଁ ହିତକର । କଞ୍ଚା ଖାଇବା ଦ୍ୱାରା ପେଟ ଯନ୍ତ୍ରଣା, ଗ୍ୟାସ୍‌ ଏବଂ ଏସିଡ୍‌ ସମସ୍ୟା ସୃଷ୍ଟି କରାଇଥାଏ ।

୩. ବିନ୍ସ- ଏହି ପରିବା ବର୍ଷସାରା ସହଜରେ ମିଳିଯାଏ । ଯଦି ଏହି ପରିବାକୁ ଆମେ କଞ୍ଚା ଖାଆନ୍ତି ତେବେ ଆମ ଶରୀରରେ କ୍ଷତି ହୋଇଥାଏ । ଏହାକୁ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ସମସ୍ୟା ଦେଖାଦେବା ସହ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରାଇଥାଏ ।

୪. କ୍ୟାପସିକମ୍‌ ଏବଂ ବାଇଗଣ – ଲୋକମାନେ ଏହି ପରିବାକୁ ରୋଷେଇ କରିବାପରେ ଖାଇଥାନ୍ତି, କିନ୍ତୁ ଯଦି ଆପଣ ଏହାକୁ କୌଣସି ସାଲାଡ୍‌ ପାଇଁ ବ୍ୟବହାର କରୁଛନ୍ତି ତେବେ ଏହା ଠାରୁ ଦୂରେଇ ରୁହନ୍ତୁ । ବାଇଗଣ ଏବଂ କ୍ୟାପସିକମ୍‌କୁ କଞ୍ଚା ଖାଇବା ଦ୍ୱାରା ଆମ ପେଟ ଏବଂ ମସ୍ତିଷ୍କ କ୍ଷତି ହେବାର ଲାଗିଥାଏ ।

 

Get real time updates directly on you device, subscribe now.