ମୁଣ୍ଡବିନ୍ଧା ଉଭାନ, 2 ବର୍ଷରେ ପାଇବେ 3.5 କୋଟି ଲୋକ ଚାକିରୀ, ଏମିତି କରିବେ ଆବେଦନ…

ସରକାରଙ୍କ ଏହି ପ୍ଲାନରେ ୨ ବର୍ଷରେ ୩.୫ କୋଟିରୁ ଅଧିକ ଲୋକଙ୍କୁ ଚାକିରି ପ୍ରଦାନ କରାଯିବ । ପ୍ରଥମ ଥର କାମ କରୁଥିବା ଲୋକଙ୍କୁ ସରକାର ୨ଟି କିସ୍ତିରେ ଗୋଟିଏ ମାସର ବେତନର ସମକକ୍ଷ ସବସିଡି ୧୫ ହଜାର ଟଙ୍କା ଦେବେ ।

ଓଡ଼ିଶା ଭାସ୍କର: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଏମ୍ପ୍ଲୟମେଣ୍ଟ ଲିଙ୍କଡ ଇନସେଟିଭ୍ (ELI SCHEME) ଯୋଜନାକୁ ମଞ୍ଜୁରୀ ମିଳିଛି । ଏହି ଯୋଜନା ଅଧୀନରେ ସବୁ କ୍ଷେତ୍ରରେ ରୋଜଗାର ସୃଷ୍ଟି କରିବା, ରୋଜଗାର ବଢ଼ାଇବା ଓ ସାମାଜିକ ସୁରକ୍ଷା ବୃଦ୍ଧି ପାଇଁ ପ୍ରସ୍ତୁତି କରାଯିବ ।

ସରକାରଙ୍କ ଏହି ପ୍ଲାନରେ ୨ ବର୍ଷରେ ୩.୫ କୋଟିରୁ ଅଧିକ ଲୋକଙ୍କୁ ଚାକିରି ପ୍ରଦାନ କରାଯିବ । ପ୍ରଥମ ଥର କାମ କରୁଥିବା ଲୋକଙ୍କୁ ସରକାର ୨ଟି କିସ୍ତିରେ ଗୋଟିଏ ମାସର ବେତନର ସମକକ୍ଷ ସବସିଡି ୧୫ ହଜାର ଟଙ୍କା ଦେବେ ।

ଏହି ଯୋଜନାର ଉଦ୍ଦେଶ୍ୟ, ବିନିର୍ମାଣ କ୍ଷେତ୍ର ଉପରେ ଫୋକସ କରାଯିବ ଓ ପ୍ରଥମ ଥର କାମ କରୁଥିବା ଲୋକଙ୍କୁ ପ୍ରୋତ୍ସାହନ ଦିଆଯିବ । ଏଥିସହିତ ଦେଶରେ ବେରୋଜଗାରୀକୁ କମ୍ କରାଯିବ ।

କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସ୍କିମକୁ ନେଇ ବିସ୍ତାର ସୂଚନା ଶେୟାର କରିଛନ୍ତି । ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ସହ ଦୁଇ ବର୍ଷରେ ୩.୫ କୋଟିରୁ ଅଧିକ ଚାକିରିର ରୋଜଗାର ସୃଜନର ସମର୍ଥନ ପାଇଁ ଏହି ଯୋଜନା ତିଆରି କରାଯାଇଛି ।

ସମସ୍ତଙ୍କ ସହ ଚର୍ଚ୍ଚା କରିବା ପରେ ଏହି ସ୍କିମ ପ୍ରସ୍ତୁତ କରାଯାଇଛି । ବଜେଟ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଏହି ସ୍କିମ୍ ଘୋଷଣା କରାଯାଇଥିଲା ।