ଭୁବନେଶ୍ଵର: ଭୁବନେଶ୍ଵର: ରାଜ୍ୟ ବିଧାନସଭା ନିର୍ବାଚନ ପରେ ଓଡିଶା କଂଗ୍ରେସ ନେତା ବିହୀନ ହୋଇପଡିଛି। ନିର୍ବାଚନରେ ଅମାନତ ହରାଇବା ପରେ ପୂର୍ବତନ ସଭାପତି ଶରତ ନାୟକ ଇସ୍ତଫା ଦେଇଥିଲେ। ସେବେଠୁ ଦଳରେ ସବୁକିଛି କାର୍ଯ୍ୟକ୍ରମ ଠପ ହୋଇଯାଇଛି। ଗତ କିଛି ମାସ ହେବ ରାଜ୍ୟ ସଭାପତି ଚୟନ ହେବା ନେଇ ଆଲୋଚନା ହେଉଥିଲେ ମଧ୍ୟ କିଛି ହୋଇପାରୁ ନାହିଁ। ଏହାରି ମଧ୍ୟରେ ଦଳର ବରିଷ୍ଠ ନେତା ତଥା ବିଧାୟକ ତରା ବାହିନୀପତି ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି।
ରାହୁଲ ଗାନ୍ଧିଙ୍କୁ ଅନୁରୋଧ କରୁଛି, ଦୟାକରି ଆମକୁ ଆଉ ନିନ୍ଦିତ କିମ୍ବା ଅପମାନିତ କରନ୍ତୁ ନାହିଁ। ଯାହାକୁ ହେଉ ଜଣକୁ ପିସିସି ସଭାପତି ଘୋଷଣା କରନ୍ତୁ। ସପ୍ତଗିରି ଉଲ୍କାକା କି ଭକ୍ତ ଦାସ ଯିଏ ହେଲେ ବି କିଛି କ୍ଷତି ନାହିଁ। ଯିଏ ହେଲେ ଜଣେ ହେବା ଦରକାର। ସମସ୍ତେ ବରିଷ୍ଠ ନେତା ନେତା ଅଛନ୍ତି।
ମୋତେ ଛାଡ଼ି ଅନ୍ୟ ସମସ୍ତେ ବରିଷ୍ଠ ନେତା ଅଛନ୍ତି। ସପ୍ତଗିରି ହୁଅନ୍ତୁ ବୋଲି ମୁଁ ମୁଣ୍ଡିଆଟେ ମାରୁଛି। ସେ ରାହୁଲ ଗାନ୍ଧିଙ୍କ ପ୍ରିୟ ପାତ୍ର। ଆମ ଜିଲ୍ଲା ନେତା। ଭଲ ଇଂରାଜୀ କୁହନ୍ତି। ପଇସା ବି ଅଛି। କିଛି ଅସୁବିଧା ନାହିଁ। ସେ ହେବା ଆବଶ୍ୟକ ବୋଲି ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି। ମୁଁ ଆଦୌ ଦିଲ୍ଲୀ ଯାଉନି, ରେସ୍ରେ କେମିତି ରହିଲି ବୋଲି ତାରା ସାମ୍ବାଦିକଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି।