fbpx

ସ୍କୁଲ ପରିସରରେ ରାକ୍ଷୀ ପିନ୍ଧିବା ବା ତିଳକ ଲଗାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଦଣ୍ଡିତ ନ କରାଯାଉ, ଏନସିପିସିଆରର ସମସ୍ତ ବିଦ୍ୟାଳୟକୁ ସୂଚନା

ନୂଆଦିଲ୍ଲୀ: ରାକ୍ଷୀପୂର୍ଣ୍ଣିମାରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପରିସରରେ ରାକ୍ଷୀ ପିନ୍ଧିବା, ତିଳକ ବା ମେହେନ୍ଦୀ ଲଗାଇବା ପାଇଁ ଦଣ୍ଡିତ ନ କରାଯାଉ ବୋଲି ଶିଶୁ ଅଧିକାର ପ୍ୟାନେଲ ଏନସିପିସିଆର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିଦ୍ୟାଳୟକୁ ଅନୁରୋଧ କରିଛି ।

ବିଗତ କିଛି ବର୍ଷର ସମ୍ବାଦ ରିପୋର୍ଟରେ ଦେଖାଯାଉଛି ଯେ, ଛାତ୍ରଛାତ୍ରୀମାନେ ଏହି ରାକ୍ଷୀ ପର୍ବରେ ଶିକ୍ଷକ ତଥା ବିଦ୍ୟାଳୟର ଅନ୍ୟାନ୍ୟ ସଦସ୍ୟଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି । ତେଣୁ ଏନସିପିସିଆର ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ସଚିବମାନଙ୍କୁ ଏନେଇ ଚିଠି ଲେଖିଛନ୍ତି ।

NCPCR ଚିଠିରେ ଆହୁରି ମଧ୍ୟ ଦର୍ଶାଇଛି ଯେ “ଲକ୍ଷ୍ୟ କରାଯାଇଛି ଯେ, ବିଦ୍ୟାଳୟଗୁଡ଼ିକ ପିଲାମାନଙ୍କୁ ରାକ୍ଷୀ ପର୍ବରେ ରାକ୍ଷୀ କିମ୍ବା ତିଲକ କିମ୍ବା ମେହେନ୍ଦୀ ଲଗାଇବାକୁ ଦିଅନ୍ତି ନାହିଁ ଏବଂ ଉଭୟ ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ମଧ୍ୟ ଦେଇଥା’ନ୍ତି। RTE ଅଧିନିୟମ, ୨୦୦୯ ର ଧାରା ୧୭ ବିଦ୍ୟାଳୟରେ ଶାରୀରିକ ଦଣ୍ଡକୁ ବାରଣ କରିଛି।

ତେଣୁ, ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିବାକୁ ତଥା ବିଦ୍ୟାଳୟଗୁଡିକ ଏପରି କୌଣସି ଅଭ୍ୟାସ ପାଳନ ନକରିବାକୁ ଅନୁରୋଧ କରାଯାଇଛି ଯାହା ପିଲାମାନଙ୍କୁ ଶାରୀରିକ ଦଣ୍ଡ କିମ୍ବା ଭେଦଭାବରେ ପରିଣତ କରିପାରେ ବୋଲି ସର୍ବୋଚ୍ଚ ଶିଶୁ ଅଧିକାର ସଂସ୍ଥା କହିଛନ୍ତି।

Get real time updates directly on you device, subscribe now.