‘ଭାରତରେ ମରିବୁ ପଛେ, ପାକିସ୍ତାନ ଭଳି ନର୍କକୁ ଯିବୁନି’, ଜାଣନ୍ତୁ ଲୋକଙ୍କୁ କେଉଁ କଥା ଲାଗୁଛି ଡର
ପାକିସ୍ତାନ ଯିବାକୁ ଡରୁଛନ୍ତି, ପାକିସ୍ତାନରୁ ଆସିଥିବା ଲୋକେ
ନୂଆଦିଲ୍ଲୀ: ପହଲଗାମ୍ରେ ହୋଇଥିବା ଆତଙ୍କୀ ହମଲା ପରେ କେନ୍ଦ୍ର ସରକାର କଡ଼ା ନିଷ୍ପତ୍ତି ଗ୍ରହଣ କରି ପାକିସ୍ତାନରୁ ଭାରତକୁ ଆସିଥିବା ଲୋକଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶରେ ସବୁଠୁ ଅଧିକ ଚିନ୍ତାରେ ପଡିଛନ୍ତି, ଯେଉଁମାନେ ପାକିସ୍ତାନରୁ ଭାରରକୁ ଆସିଛନ୍ତି।
ଏହି ଲୋକଙ୍କୁ ଲାଗୁଛି ଯେ, ସେମାନଙ୍କର ସେଠାକୁ ଫେରିବା ଭୟଙ୍କର ପ୍ରମାଣିତ ହୋଇପାରେ। ରିପୋର୍ଟ ମୁତାବକ, ରାଜସ୍ଥାନର ଜୈଶଲମେରରେ ଜଣେ ଶରଣାର୍ଥୀ କଲୋନୀରେ ପାକିସ୍ତାନରୁ ଆସିଥିବା ଏକ ହଜାରରୁ ଅଧିକ ଶରଣାର୍ଥୀ ହିନ୍ଦୁ ରହୁଛନ୍ତି, ଯେଉଁମାନେ ସର୍ଟ ଟର୍ମ ଭିସାରେ ଭାରତ ଆସିଛନ୍ତି।
ସେ ନର୍କକୁ ଯିବୁନି: ଏହି ସମସ୍ତ ଲୋକେ ବାଘା-ଅଟରୀ ବର୍ଡରରୁ ଭାରତକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କହିଛନ୍ତି ଯେ, ସେମାନେ ପାକିସ୍ତାନର ସିନ୍ଧରେ ରହୁଥିଲେ ଏବଂ ସେଠାରେ ସେମାନେ ନିର୍ଯାତିତ ହୋଇ ଭାରତ ଆସିଛନ୍ତି।
ସେ କହିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ବିବାଦ ମଧ୍ୟରେ ଆମକୁ ପୁଣିଥରେ ଫେରିବାକୁ ଭୟ ଲାଗୁଛି। ସେ କହିଛନ୍ତି, “ଭାରତରେ ମରିବା ମଞ୍ଜୁର, ହେଲେ ପାକିସ୍ତାନ ଭଳି ନର୍କକୁ ଯିବାକୁ ଚାହୁଁନୁ। ସେ ପିଏମ ମୋଦୀଙ୍କୁ ନିବେଦନ କରୁଛନ୍ତି ଯେ, ସେମାନଙ୍କୁ ପାକିସ୍ତା ପଠାନ୍ତୁ ନାହିଁ। ଆମେ ପାକିସ୍ତାନରୁ ଜୀବନ ବଞ୍ଚାଇ, ଏଠାକୁ ଆସିଛୁ।”
ରିପୋର୍ଟ ମୁତାବକ, ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ଯେ, ମୋ ପରିବାର ପାକିସ୍ତାନ ଯିବାକୁ ଚାହୁଁନି। ତା’ଠାରୁ ମରିବା ଭଲ। ସେ କହିଛନ୍ତି ଯେ, ଆମ ପାଖରେ ଯାହା ଥିଲା ଆମେ ଛାଡ଼ିକି ପଳେଇ ଆସିଛୁ। ଆମକୁ ପୁଣିଥରେ ପଠାନ୍ତୁ ନାହିଁ।