ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଦିନ ଏକ ଟ୍ରାଭେଲ ଆଡଭାଇଜରୀ ଜାରି କରାଯାଇଛି । ଏଥିରେ ଭାରତୀୟଙ୍କୁ ଚେତାବନୀ ଦିଆଯାଇଛି ଯେ, ସେମାନେ ଆଗାମୀ ସୂଚନା ଦିଆଯିବା ପର୍ଯ୍ୟନ୍ତ ଇରାନ ଏବଂ ଇସ୍ରାଏଲ ଦେଶକୁ ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ପୋଷ୍ଟ ସେୟାର କରି ଏହି ବିଷୟରେ ସୂଚନା ଦିଆଯାଇଛି ।
ବୈଦେଶିକ ମନ୍ତ୍ରଣାଳୟ ଏହି ଆଡଭାଇଜରୀରେ ସେହି ସମସ୍ତ ଭାରତୀୟଙ୍କୁ ଅନୁରୋଧ କରିଛି ଯେଉଁମାନେ ବର୍ତ୍ତମାନ ଇରାନ ଏବଂ ଇସ୍ରାଏଲରେ ରହୁଛନ୍ତି । ଏହି ଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ତୁରନ୍ତ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ଏବଂ ନିଜର ରେଜିଷ୍ଟ୍ରେସନ କରିବାକୁ ମଧ୍ୟ କୁହାଯାଇଛି ।
Travel advisory for Iran and Israel:https://t.co/OuHPVQfyVp pic.twitter.com/eDMRM771dC
— Randhir Jaiswal (@MEAIndia) April 12, 2024