fbpx

ଅଯଥା ଗୃହର ସମୟ ନଷ୍ଟ କରନ୍ତୁ ନାହିଁ, ସଂକ୍ଷିପ୍ତ ବିବୃତି ରଖିବାକୁ ପରାମର୍ଶ

Advertisement

ଭୁବନେଶ୍ୱର: ମନ୍ତ୍ରୀଙ୍କ ଲମ୍ବା ଉତ୍ତରକୁ ନେଇ ବିରକ୍ତି ପ୍ରକାଶ କଲେ ବାଚସ୍ପତି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦଶ ୧୦ ମିନିଟ ଧରି ଗୃହରେ ଉତ୍ତର ପଢିବାରୁ ଅସନ୍ତୋଷ ପ୍ରକାଶ କଲେ ବାଚସ୍ପତି ବିକ୍ରମ। ମନ୍ତ୍ରୀଙ୍କୁ ପରାମର୍ଶ ଦେଇ ଗୃହରେ ସଂକ୍ଷିପ୍ତ ବିବୃତି ରଖିବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି। ଅଯଥା ଗୃହର ସମୟ ନଷ୍ଟ କରନ୍ତୁ ନାହିଁ ସେ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ନିକଟରେ ରାଜ୍ୟ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଦଶମ ପରୀକ୍ଷାରେ ୪୪,୨୪୫ ପିଲା ଅନୁପସ୍ଥିତ ରହିବା ଚର୍ଚାର ବିଷୟ ପାଲଟିଥିବା ବେଳେ ଆଜି ଏବିଷୟରେ ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ। ଚଳିତ ୨୦୨୨ ବର୍ଷର ମାଟ୍ରିକ ପରୀକ୍ଷାରେ ୪୪,୨୪୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ତେବେ ଏ ବିଷୟରେ ତଦନ୍ତ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିବା ମନ୍ତ୍ରୀ କହିଥିଲେ। ୪,୪୬୨ ଅନୁପସ୍ଥିତ ପିଲା ସହ ମୟୂରଭଞ୍ଜ ଉପରେ ଥିବା ବେଳେ ଦ୍ୱିତୀୟରେ ୩,୨୭୩ ଜଣଙ୍କ ସହ ଗଞ୍ଜାମ ରହିଥିଲା।

ସେହିପରି ରାଜ୍ୟରେ ଶିକ୍ଷକଙ୍କ ଅଭାବକୁ ନେଇ ବିଭିନ୍ନ ସମୟରେ ଲୋକମାନଙ୍କ ପ୍ରତିବାଦ ଦେଖିବାକୁ ମିଳୁଥିବା ବେଳେ ଏ ସଂକ୍ରାନ୍ତରେ ଗୃହରେ ଉତ୍ତର ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ। ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଶିକ୍ଷକ ଅନୁପାତ ୨୪ ରହିଛି। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଶିକ୍ଷକ ଅନୁପାତ ୨୦ ରହିଛି। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଉଚ୍ଚବିଦ୍ୟାଳୟରେ ଖାଲି ପଡିଛି ୧୧ହଜାର ୪୦୩ ଶିକ୍ଷକ ପଦବୀ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୮୫୨ ଶିକ୍ଷକ ଖାଲି ପଡିଛି। ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୭୪ ପଦବୀ ଖାଲି ପଡ଼ିଛି।

Get real time updates directly on you device, subscribe now.