ନୂଆଦିଲ୍ଲୀ: ଦୋସା ବ୍ୟବସାୟ କରି ମାଲାମାଲ ବ୍ୟବସାୟୀ । ଏହି ଖବରକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆ ୟୁଜର୍ସ ନବୀନ କୋପାରାମ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ତାଙ୍କ ଘର ନିକଟରେ ବ୍ୟବସାୟ କରୁଥିବା ଦୋସା ବ୍ୟବସାୟୀଙ୍କ ମାସିକ ରୋଜଗାର 20 ହଜାର ଟଙ୍କା ଅଟେ । ଅର୍ଥାତ୍ ମାସକୁ ପ୍ରାୟ 6 ଲକ୍ଷ ଟଙ୍କାର ଲୋଜଗାର କରନ୍ତି । ସେଥିରୁ ଖର୍ଚ୍ଚ କଟିବା ପରେ ତାଙ୍କର ମାସିକ 3ରୁ ସାଢେ 3 ଲକ୍ଷ ଟଙ୍କା ଟଙ୍କା ସଞ୍ଚୟ କରନ୍ତି ସେ । କିନ୍ତୁ କୌତୁହଳର ବିଷୟ ଯେ, ବ୍ୟବସାୟୀଜଣକ 1 ଟଙ୍କା ମଧ୍ୟ ଟ୍ୟାକ୍ସ ଦେଉନାହାନ୍ତି । ତେବେ ସୋସିଆଲ ମିଡିଆରେ ଏହି ବିଷୟକୁ ସେୟାର କରି ସେ ଭାରତରେ ରୋଜଗାରର ମାଧ୍ୟମ ଏବଂ ଟ୍ୟାକ୍ସକୁ ଆଲୋକପାତ କରିଛନ୍ତି । ତେବେ ତାଙ୍କର ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯଦି ମାସିକ 60 ହଜାର ଟଙ୍କାର ରୋଜଗାର କଥା ଦେଖିବା ତାହେଲେ ଯଦି ଚାକିରିଆ ମାସକୁ 60 ହଜାର ରୋଜଗାର କରନ୍ତି ତେବେ 10 ପ୍ରତିଶତ କର ଦେଇଥାନ୍ତି । କିନ୍ତୁ ରାସ୍ତାକଡରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ପାଇଁ କରଛାଡ ହେଉଛି ।
A street food dosa vendor near my home makes 20k on an average daily, totalling up to 6 lakhs a month.
exclude all the expenses, he earns 3-3.5 lakhs a month.
doesn’t pay single rupee in income tax.
but a salaried employee earning 60k a month ends up paying 10% of his earning.
— Naveen Kopparam (@naveenkopparam) November 26, 2024
ସୋସିଆଲ ମିଡିଆ ୟୁଜର୍ସଙ୍କ ପ୍ରତିକ୍ରିୟା- ଜଣେ ଉପଭୋକ୍ତା ଲେଖିଛନ୍ତି, “ଆମେ ସେଠାରେ ପହଞ୍ଚିବା ପୂର୍ବରୁ… ଅନେକ ସରକାରୀ ଚାକିରିଆଙ୍କ ମଧ୍ୟରୁ ଅନେକ ବିଦେଶ ବୁଲିବାକୁ ଯାଆନ୍ତି, ଘର ମରାମତି କରନ୍ତି ଏବଂ ପ୍ରତିବର୍ଷ ଏକ ନୂତନ ଗାଡି କିଣନ୍ତି କିନ୍ତୁ ଟ୍ୟାକ୍ସ ଦିଅନ୍ତୁ ନାହିଁ । କିପରି ଏବଂ କାହିଁକି? ”
ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି, ଏହା ହେଉଛି ଅସୁବିଧା। ଯେତେବେଳେ UPI ପ୍ରବର୍ତ୍ତିତ ହୋଇଥିଲା ଏବଂ ବିମୁଦ୍ରୀକରଣ ହେତୁ ଏହା ସାଧାରଣ କଥା ହୋଇଗଲା ଯାହା ମୁଁ ଭାବିଥିଲି ବର୍ତ୍ତମାନ ସରକାରଙ୍କର ପ୍ରମୁଖ ନଗଦ ଦେୟ ତୁଳନାରେ ସିଧାସଳଖ ତଥ୍ୟ ରହିଛି । ତେଣୁ ରାଜସ୍ୱ ବିକ୍ରେତାଙ୍କୁ ଆୟକର ପରିପ୍ରେକ୍ଷୀରେ ଆଣିବା ସହଜ ହେବ କିନ୍ତୁ ସରକାର କଦାପି ଅନୁସରଣ କରିନାହାଁନ୍ତି ଏବଂ 0 ଆୟ ITR ବୃଦ୍ଧିରେ ଖୁସି ଅଛନ୍ତି ।