fbpx

କେନ୍ଦ୍ର ସରକାରଙ୍କ ପରେ ଏହି ନଅ ରାଜ୍ୟର ଜନତାଙ୍କୁ ମିଳିଲା ଡବଲ ଗିଫ୍ଟ, ୧୨ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା ପେଟ୍ରୋଲ

ନୂଆଦିଲ୍ଲୀ : ଦୀପାବଳିରେ କେନ୍ଦ୍ର ସରକାର ଓ କିଛି ରାଜ୍ୟ ସରକାର ନିଜର ଜନତାଙ୍କୁ ଉପହାର ଦେଇଛନ୍ତି । ଦୀପାବଳି ଠିକ୍ ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୫ ଟଙ୍କା ଏବଂ ଡିଜେଲ୍ ଉପରେ ୧୦ ଟଙ୍କା ଏକ୍ସାଇଜ ଡ୍ୟୁଟି କମ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରେ ଗୁରୁବାର ଏନଡିଏ ଶାସିତ ରାଜ୍ୟଗୁଡିକ ମଧ୍ୟ ଭାଟ୍ ଉପରେ ୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି । ଫଳରେ ଏହି ସବୁ ରାଜ୍ୟଗୁଡିକର ଜନତାଙ୍କୁ ଦୀପାବଳିରେ ଡବଲ ଉପହାର ମିଳି ଯାଇଛି ।

ବୁଧବାର କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି କମ କରିବା ସହିତ ରାଜ୍ୟଗୁଡିକୁ ଭାଟ୍ କମାଇବାକୁ ଅପିଲ୍ କରିଥିଲେ । ଏହା ପରେ ଏ ପର୍ଯ୍ୟନ୍ତ ୧୦ ରାଜ୍ୟ ଭାଟ୍ ହ୍ରାସ କରି ଜନତାଙ୍କ ଖୁସିକୁ ଦ୍ୱିଗୁଣିତ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅପିଲ୍ ପରେ ଏନଡିଏ ଶାସିତ ରାଜ୍ୟ ହିଁ ଭାଟ୍ କମ କରିଛନ୍ତି ।

ଏ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ, ଗୁଜରାଟ, ବିହାର, ଗୋଆ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଆସାମ, ମଣିପୁର, ତ୍ରିପୁରା ଓ ହିମାଚଳ ପ୍ରଦେଶ ଭାଟ୍ କମାଇଛନ୍ତି । ଦେଶର ସବୁଠୁ ବଡ ରାଜ୍ୟ ଉତ୍ତର ପ୍ରଦେଶରେ ପେଟ୍ରୋଲ ଉପରେ ୭ ଟଙ୍କା ଏବଂ ଡିଜେଲ୍ ୨ ଟଙ୍କା ଭାଟ୍ ହ୍ରାସ କରାଯାଇଛି । ଏହି ପରି ୟୁପିରେ ପେଟ୍ରୋଲ ଓ ଡିଜେଲ୍ ଲିଟର ପ୍ରତି ୧୨ ଟଙ୍କା ଶସ୍ତା ହୋଇଛି ।

ଏହା ବ୍ୟତୀତ ଗୁଜରାଟ, ଗୋଆ, କର୍ଣ୍ଣାଟକ, ଆସାମ, ତ୍ରିପୁରା ଓ ସିକିମରେ ପେଟ୍ରୋଲ ଓ ଡିଜେଲ୍ ଉପରେ ଲିଟର ପିଛା ୭ ଟଙ୍କା ଭାଟ୍ କମ କରିବାକୁ ଘୋଷଣା କରିଛନ୍ତି । ଏହା ପରେ ଏହି ସବୁ ରାଜ୍ୟଗୁଡିକରେ ପେଟ୍ରୋଲ ୧୨ ଟଙ୍କା ଓ ଡିଜେଲ୍ ୧୭ ଟଙ୍କା ଶସ୍ତା ହୋଇଛି । ଅନ୍ୟପଟେ ବିହାର ସରକାର ପେଟ୍ରୋଲ ଉପରେ ୧.୩୦ ଟଙ୍କା ଓ ଡିଜେଲ୍ ଉପରେ ୧.୯୦ ଟଙ୍କା ଭାଟ୍ କମ କରିଛନ୍ତି । ବିହାରରେ ଏବେ ପେଟ୍ରୋଲ ଲିଟର ପ୍ରତି ୬.୩୦ ଟଙ୍କା ଏବଂ ଡିଜେଲ୍ ଲିଟର ପିଛା ୧୧.୯୦ ଟଙ୍କା ଶସ୍ତାରେ ମିଳିବ ।

ହିମାଚଳ ପ୍ରଦେଶର ବିଜେପି ସରକାର ମଧ୍ୟ ପେଟ୍ରୋଲ ଓ ଡିଜେଲ୍ ଉପରେ ଭାଟ୍ କମ କରିବାକୁ ଘୋଷଣା କରିଛନ୍ତି । ହେଲେ ଭାଟ୍ କେତେ କମ କରାଯାଇଛି ତାହା ବିଷୟରେ ସୂଚନା ଦିଆଯାଇ ନାହିଁ । ଆଶା କରାଯାଉଛି ସରକାର କିଛି ସମୟରେ ବିଜ୍ଞପ୍ତି ଜାରି କରିବେ । ଆସନ୍ତୁ ଜାଣିବା କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି ଏବଂ ଏନଡିଏ ଶାସିତ ରାଜ୍ୟ ସରକାର ଭାଟ୍ କମାଇବା ପରେ ଏବେ ନିମ୍ନୋକ୍ତ ରାଜ୍ୟବାସୀଙ୍କୁ କେତେ ଟଙ୍କା ଶସ୍ତାରେ ମିଳିବ ପେଟ୍ରୋଲ ଓ ଡିଜେଲ୍ ।

ଉତ୍ତର ପ୍ରଦେଶ- ପେଟ୍ରୋଲ ଲିଟର ପିଛା ୧୨ ଟଙ୍କା ଓ ଡିଜେଲ୍ ୧୨ ଟଙ୍କା ଶସ୍ତା

ଗୁଜରାତ- ପେଟ୍ରୋଲ ଲିଟର ପିଛା ୧୨ ଟଙ୍କା ଓ ଡିଜେଲ୍ ୧୭ ଟଙ୍କା ଶସ୍ତା

କର୍ଣ୍ଣାଟକ- ପେଟ୍ରୋଲ ଲିଟର ପିଛା ୧୨ ଟଙ୍କା ଓ ଡିଜେଲ୍ ୧୭ ଟଙ୍କା ଶସ୍ତା

ଗୋଆ- ପେଟ୍ରୋଲ ଲିଟର ପିଛା ୧୨ ଟଙ୍କା ଓ ଡିଜେଲ୍ ୧୭ ଟଙ୍କା ଶସ୍ତା

ମଣିପୁର- ପେଟ୍ରୋଲ ଲିଟର ପିଛା ୧୨ ଟଙ୍କା ଓ ଡିଜେଲ୍ ୧୭ ଟଙ୍କା ଶସ୍ତା

ତ୍ରିପୁରା- ପେଟ୍ରୋଲ ଲିଟର ପିଛା ୧୨ ଟଙ୍କା ଓ ଡିଜେଲ୍ ୧୭ ଟଙ୍କା ଶସ୍ତା

ବିହାର- ପେଟ୍ରୋଲ ଲିଟର ପିଛା ୬.୩୦ ଟଙ୍କା ଓ ଡିଜେଲ୍ ୧୧.୯୦ ଟଙ୍କା ଶସ୍ତା

ସିକିମ- ପେଟ୍ରୋଲ ଲିଟର ପିଛା ୧୨ ଟଙ୍କା ଓ ଡିଜେଲ୍ ୧୭ ଟଙ୍କା ଶସ୍ତା

ଉତ୍ତରାଖଣ୍ଡ- ପେଟ୍ରୋଲ ଲିଟର ପିଛା ୭ ଟଙ୍କା ଓ ଡିଜେଲ୍ ୧୦ ଟଙ୍କା ଶସ୍ତା

 

 

Get real time updates directly on you device, subscribe now.