ରୋହିତଙ୍କୁ ଡବଲ ଝଟକା: ପ୍ରଥମ ମ୍ୟାଚରେ ପରାଜୟ ସହିତ ହିଟମ୍ୟାନଙ୍କୁ ବିସିସିଆଇ ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ପ୍ରଥମ ମ୍ୟାଚରେ ପରାଜୟ ମିଳିବା ସହିତ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ହାତରୁ ଦିଲ୍ଲୀ କ୍ୟାପିଟାଲ୍ସ ନିଶ୍ଚିତ ବିଜୟ ଛଡାଇ ନେବା ପରେ ଅଧିନାୟକ ରୋହିତ ଶର୍ମାଙ୍କୁ ବିସିସିଆଇ ଦଣ୍ଡ ଦେଇଛି । ଧିମା ବୋଲିଂ କାରଣରୁ ରୋହିତ ଶର୍ମାଙ୍କ ଉପରେ ଲାଗିଛି ଲକ୍ଷ ଲକ୍ଷ ଟଙ୍କାର ଜରିମାନା । ବିସିସିଆଇ ଏବଂ IPL ର ଆୟୋଜକ ରୋହିତଙ୍କୁ ଏହି ଭୁଲ ପାଇଁ ୧୨ ଲକ୍ଷ ଟଙ୍କା ଜରିମାନା ଦଣ୍ଡ ଦେଇଛନ୍ତି ।

୨୦୨୨ ସିଜନର ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କୁ ଏମିତି ଏକ ପରିସ୍ଥିତିର ସାମନା କରିବାକୁ ପଡିଛି । ଖେଳ ସମୟରେ ଓଭର ରେଟ ଅପରାଧରେ IPL ର ଆଚାର ସଂହିତା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି । ସିଜନର ପ୍ରଥମ ଭୁଲ ଭାବରେ ମୁମ୍ବାଇ ଉପରେ ଏହି ଜରିମାନା ଲାଗୁ ହୋଇଛି । ଏହି ଭୁଲର ପୁନରାବୃତ୍ତି ହେଲେ ଜରିମାନା ବଢିବା ସହିତ ଗୋଟିଏ ମ୍ୟାଚ ପାଇଁ ତାଙ୍କୁ ବ୍ୟାନ କରାଯାଇପାରେ । ତେବେ ଏହି ମ୍ୟାଚକୁ ଗ୍ରହଣ କରି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା ।