fbpx

କେନ୍ଦୁଝରରେ ୧୫ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବା ନେଇ ସନ୍ଦେହ

ଆସନ୍ତା ୧୫ ତାରିଖଠାରୁ ରାଜ୍ୟରେ ଖୋଲିବାକୁଯାଉଛି ଷଷ୍ଠ ଏବଂ ସପ୍ତମ ଶ୍ରେଣୀ । ହେଲେ କେନ୍ଦୁଝରରେ ସ୍କୁଲ ଖୋଲିବା ନେଇ ସନ୍ଦେହ ଉପୁଜିଛି । କାରଣ ସ୍କୁଲ ଗୁଡିକର ଅବସ୍ଥା ଦେଖିଲେ ଲାଗୁ ନାହିଁ ୧୫ ରେ ସ୍କୁଲ ଖୋଲିବା ସମ୍ଭବ ବୋଲି । ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ଧରି ବନ୍ଦ ରହିଛି ପ୍ରାଥମିକ ସ୍କୁଲ ଫଳରେ ଅନେକ ସ୍କୁଲରେ ଘାସ ଉଠି ବଣ ହୋଇଛି ତ କେଉଁଠି ମରାମତି କାମ ଚାଲିଛି ।

ଏପରି ସ୍ଥିତିରେ ପିଲାମାନେ କିପରି ସ୍କୁଲକୁ ଆସିବେ ଏବଂ ପାଠପଢ଼ିବେ ତାହାକୁ ନେଇ ଉଠିଛି ପ୍ରଶ୍ନ । କିଛି ସ୍କୁଲରେ ସଫାସୁତୁରା କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏବେବି ଅନେକ କାମ ବାକି ରହିଛି । ଏମିତିକି ଜିଲ୍ଲାପାଳଙ୍କ ଅଫିସ ନିକଟରେ ଥିବା ସ୍କୁଲ ମଧ୍ୟ ଠିକ୍ ଭାବରେ ପ୍ରସ୍ତୁତ କରାଯାଇପାରିନାହିଁ । ସେପଟେ ଆସନ୍ତା ୧୫ ତାରିଖ ଜିଲ୍ଲାରେ ୮୮୪ ସ୍କୁଲ ଖୋଲିବା ନେଇ ଆମେ ପ୍ରସ୍ତୁତ । ଏଥିପାଇଁ ବ୍ଳକ ସ୍ଥରରେ କମିଟି ଓ ଟିମ୍ ଗଠନ କରି ସମସ୍ତ ଜିନିଷର ତଦାରଖ ଚାଲିଛି ବୋଲି କହିଛନ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ ।

 

Get real time updates directly on you device, subscribe now.