ସ୍କାମରଙ୍କ ଟାର୍ଗେଟରେ ଆରବିଆଇ ଗଭର୍ନର, ମିଛ ଭିଡିଓ କରି ନିବେଶକଙ୍କୁ କରାଯାଉଛି ଆକୃଷ୍ଟ

ନୂଆଦିଲ୍ଲୀ- ଆରବିଆଇ ତରଫରୁ ଏକ ଜରୁରୀ ସତର୍କତା ଜାରି କରାଯାଇଛି । ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଡିପଫେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଆରବିଆଇ ତରଫରୁ କିଛି ନିବେଶ ଯୋଜନାର ସମର୍ଥନ କରାଯାଇଛି । ଏଥିପାଇଁ ଆରବିଆଇ ସମସ୍ତଙ୍କୁ ସତର୍କ କରିଛି କି ଏହା ଏକ ଡିପଫେକ ଭିଡିଓ । ଏକ୍ସ ପ୍ଲାଟଫର୍ମରେ କୁହାଯାଇଛି କି, ଆରବିଆଇ ଜାଣିବାକୁ ପାଇଛି କି, ଗଭର୍ନରଙ୍କ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଆରବିଆଇ ତରଫରୁ ଦାସ କିଛି ନିବେଶ ଯୋଜନା ଆରମ୍ଭ କରିବା ସପକ୍ଷରେ ଯୁକ୍ତି ବାଢିଛନ୍ତି । ଲୋକଙ୍କୁ ସେମାନଙ୍କ ପଇସା ସେହି ଯୋଜନାରେ ନିବେଶ କରିବାକୁ ପ୍ରୋତ୍ସାହିତ କରିବାକୁ ମିଛ ଭିଡିଓ ମାଧ୍ୟମରେ ଚେଷ୍ଟା କରାଯାଇଥିବା କହିଛି ଆରବିଆଇ ।

ପୋଷ୍ଟରେ ଆରବିଆଇ କହିଛି କି, ତାର ଅଧିକାରୀ ଏମିତି କୌଣସି କାମରେ ସଂଶ୍ଲିଷ୍ଟ ନାହାନ୍ତି କି ଏହାର ସମର୍ଥନ କରୁ ନାହାନ୍ତି । ଏହି ଭିଡିଓ ସମ୍ପୂର୍ଣ୍ଣ ନକଲି । ତେଣୁ ଏଥିରେ କେହି ନିବେଶ ନ କରିବାକୁ ଆରବିଆଇ ପରାମର୍ଶ ଦେଇଛି । ଲୋକଙ୍କୁ ସୋସିଆଲ ମିଡିଆରେ ଏପରି ମିଛ ଭିଡିଓ ପ୍ରତି ସତର୍କ ରହିବାକୁ ଆରବିଆଇ କହିଛି ।