fbpx

କରୋନା ଔଷଧ ଭାବି ପିଇଗଲେ ବିଷ: ୬୦୦ ମୃତ, ୩୦୦୦ରୁ ଅଧିକ ଅସୁସ୍ଥ

Advertisement

କରୋନା ଭାଇରସ୍ ଯୋଗୁ ଇରାନରେ ବର୍ତ୍ତମାନ ସୁଦ୍ଧା ୩୮୦୦ ଜଣଙ୍କର ମୃତ୍ୟୁ ଘଟିସାରିଛି । କିନ୍ତୁ ବିଷାକ୍ତ ମଦ ପିଇ ଏଠାରେ ୬୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦୦ରୁ ଅଧିକ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଡେଲି ମେଲ ରିପୋର୍ଟ ମୁତାବକ ମଙ୍ଗଳବାର ଦିନ ଇରାନର ମୁଖପାତ୍ର ଘୋଲାମ ହୁସେନ୍ ଇସମାଇଲୀ କହିଛନ୍ତି ଯେ, ଲୋକାମାନେ କରୋନା ଭାଇସର ଔଷଧ ଭାବି ନିଟ୍ ମଦ୍ୟପାନ କରିଥିଲେ । ଏହା ପରେ ବହୁ ସଂଖ୍ୟକ ଲୋକେ ଅସୁସ୍ଥ ହୋଇଥିଲେ । ବିଷାକ୍ତ ମଦ୍ୟପାନ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ମଦ୍ୟପାନ ଦ୍ୱାରା କରୋନା ଠିକ୍ ହୋଇନଥାଏ, ବରଂ ଜୀବନ ଚାଲିଯାଏ ବୋଲି ସେ କହିଛନ୍ତି ।


ଏହି ମାମଲାରେ ବହୁ ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ଅପରାଧିକ କାର୍ଯ୍ୟକଳାପ ପାଇଁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଜଣାପଡିଛି ।

Get real time updates directly on you device, subscribe now.