fbpx

ଅତିଥି ଭବନରୁ ଯାଇ ବିଧାନସଭାରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ: ଦେଖନ୍ତୁ ଫଟୋ ଓ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ପହଞ୍ଚିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦର ନିକଟରେ ତାଙ୍କୁ ଭବ୍ୟ ସ୍ୱାଗତ ଆୟୋଜନ କରାଯାଇଥିଲା । ଦ୍ରୌପଦୀଙ୍କ ସ୍ୱାଗତ ପାଇଁ ବିମାନ ବନ୍ଦରରେ ଅନେକ ବିଜେଡି ଓ ବିଜେପି ବିଧାୟକ ଏବଂ ସାଂସଦ ଉପସ୍ଥିତ ରହିଥିଲେ । ବିଜେଡି ସାଂସଦ ପିନାକୀ ମିଶ୍ର, ସସ୍ମିତ ପାତ୍ର, ବିଜେପି ସଂସଦ ଅପରାଜିତା ଷଡ଼ଙ୍ଗୀ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟ ବିଜେପି ମୁଖ୍ୟ ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଦ୍ରୌପଦୀଙ୍କୁ ସ୍ୱାଗତ କରିଥିଲେ ।

ଅତିଥି ଭବନରେ କିଛି ସମୟ ବିଶ୍ରାମ ପରେ ବିଧାନସଭାକୁ ଯାଇଛନ୍ତି ଦ୍ରୌପଦୀ । ବିଧାନସଭାରେ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡି ସାଂସଦ ଓ ବିଧାୟକ ମଧ୍ୟ ଦ୍ରୌପଦୀଙ୍କୁ ସ୍ୱାଗତ ଜଣାଇଛନ୍ତି । ଏହାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି । ଆସନ୍ତୁ ଦେଖିବା…

 

 

Get real time updates directly on you device, subscribe now.