fbpx

ଭାରତୀୟ ଇତିହାସରେ ଯୋଡ଼ି ହେବ ନୂଆ ଅଧ୍ୟାୟ: ଆଜି ଶପଥ ନେବେ ଦ୍ରୌପଦୀ

ନୂଆଦିଲ୍ଲୀ: ଦେଶର 15l ରା‌ଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଦ୍ରୌପଦୀ ମୁର୍ମୁ‌। ଦେଶର ସର୍ବୋଚ୍ଚ ପଦ ପାଇଁ ପଦ ଓ ଗୋପନୀୟତାର ନେବେ ଶପଥ । ସଂସଦର କେନ୍ଦ୍ରୀୟ ହଲ୍‌ରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେବ।ପୂର୍ବାହ୍ନ ୧୦ଟା ୧୫ରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ଶପଥ ପାଠ କରାଇବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ NV ରମଣା ।

ଶପଥ ଗ୍ରହଣ କାର୍ୟ୍ୟକ୍ରମ ଆରମ୍ଭ ପୂର୍ବରୁ ସକାଳ ୮ଟାରେ ୩୦ରେ ପ୍ରଥମେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ ଦ୍ରୌପଦୀ ମୁର୍ମୁ । ସେଠାରୁ କମିଟି ରୁମକୁ ଯିବେ । ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦ ହଲରେ ପହଞ୍ଚିବା ପରେ ୧୦.୧୪ ମିନିଟ୍‌ରେ ସିଜେଆଇ ନୂତନ ରାଷ୍ଟ୍ରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଶପଥ ଗ୍ରହଣ ପରେ ଦ୍ରୌପଦୀଙ୍କୁ ୨୧ ତୋପ ସଲାମି ଦିଆଯିବ । ଏହା ପରେ ସେ ୧୦ଟା ୨୩ ମିନିଟ୍‌ରେ ଦେଶକୁ ପ୍ରଥମ ଥର ପାଇଁ ସମ୍ବୋଧନ କରିବେ । ଏହାପରେ ବିଦାୟୀ ରାଷ୍ଟ୍ରପତି କୋବିନ୍ଦ ରାଷ୍ଟ୍ରପତି ଭବନ ଛାଡିବେ । କୋବିନ୍ଦଙ୍କୁ ଇଣ୍ଟସ- ସର୍ଭିସେସ ଗାର୍ଡ ଅଫ ଅନର ପ୍ରଦାନ କରାଯିବ ।

ଦ୍ରୌପଦୀ ମୁର୍ମୁଙ୍କ ଏହି ଶପଥ ଗ୍ରହଣ କାର୍ୟ୍ୟକ୍ରମରେ ତାଙ୍କ ପରିବାର ଲୋକ ଉପସ୍ଥିତ ରହିବେ । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ, ଲୋକସଭା ବାଚସ୍ପତି ଓମ ବିର୍ଲା, କ୍ୟାବିନେଟ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ରାଜ୍ୟପାଳ, ଭାରତ ସରକାରଙ୍କ ବେସାମରିକ ଏବଂ ସାମରିକ ଅଧିକାରୀମାନେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର ୨୧ ସାଂସଦ ସାମିଲ ହେବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.