fbpx

Govt Jobs 2023 : ଡିଆରଡିଓରେ ରିସର୍ଚ୍ଚ ଆସୋସିଏଟ୍ ଏବଂ ଜେଆରଏଫ ପାଇଁ ବାହାରିଲା ନିଯୁକ୍ତି, ୫୪୦୦୦ ପର୍ଯ୍ୟନ୍ତ ମିଳିବ ଷ୍ଟାଇପେଣ୍ଡ୍

Advertisement

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ରିସର୍ଚ୍ଚ ଆସୋସିଏଟ୍ ଏବଂ ଜୁନିଅର ରିସର୍ଚ୍ଚ ଫେଲୋ ପଦବୀ ପାଇଁ ବାହାରିଛି ନିଯୁକ୍ତି । ରିସର୍ଚ୍ଚ ଆସୋସିଏଟ୍ ଏବଂ ଜେଆରଏଫ୍ ନିଯୁକ୍ତି ତେଜପୁରର ଡିଆରଏଲରେ କରାଯିବ ।

ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୭ ଅଗଷ୍ଟ ୨୦୨୩ । ଏହି ନିଯୁକ୍ତି ପାଇଁ ଆବେଦନ ଡିଆରଡିଓ ୱେବସାଇଟକୁ ଯାଇ କରିବାକୁ ପଡିବ ।

ରିସର୍ଚ୍ଚ ଆସୋସିଏଟ୍ ଏବଂ ଜେଆରଏଫ୍ ପଦବୀରେ ନିଯୁକ୍ତି ଇଣ୍ଟରଭ୍ୟୁ ମାଧ୍ୟମରେ ହେବ । ଇଣ୍ଟରଭ୍ୟୁର ତାରିଖ ଏବଂ ସମୟ ଇମେଲ ମାଧ୍ୟମରେ ଜଣଇ ଦିଆଯିବ । ଏହି ପଦବୀରେ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବାକୁ ଗଲେ, ବାୟୋଟେକ୍ନୋଲୋଜି / ମାଇକ୍ରୋବିଓଲୋଜିରେ ପିଏଚଡି/ ପଲିମର କେମେଷ୍ଟ୍ରିରେ ଏମଏସି ସହିତ ନେଟ୍ କ୍ଲିଅର୍ କରିଥିବା ଆବଶ୍ୟକ ।

ଖାଲି ବିବରଣୀ :-

ରିସର୍ଚ୍ଚ ଆସୋସିଏଟ୍ କେମେଷ୍ଟ୍ରି -୧

ଜେଆରଏଫ ଫିଜିକାଲ / ଇନଅର୍ଗିନିକ କେମେଷ୍ଟ୍ରି -୧

ଜେଆରଏଫ ପଲିମର ମେକେଷ୍ଟ୍ରି -୧

ଜେଆରଏଫ ଲାଇଫ୍ ସାଇନ୍ସ -୧

ଜେଆରଏଫ ଏମ ଫାର୍ମା / ଏମଏସ ଫର୍ମା-୧

ଡିଆଡିଓ ନିଯୁକ୍ତି ୨୦୨୩: ଶିକ୍ଷାଗତ ଯୋଗ୍ୟତା

ରିସର୍ଚ୍ଚ ଆସୋସିଏଟ୍ ବାୟୋଟେକ୍ନୋଲୋଜି / ମାଇକ୍ରୋବିଓଲୋଜି – ସଂପୃକ୍ତ ବିଷୟ ଉପରେ ପିଏଚଡି କରିବା ଉଚିତ୍ ।

ପଲିମର ରସାୟନରେ ଜୁନିଅର ରିସର୍ଚ୍ଚ ଫେଲୋ – ପଲିମର କେମେଷ୍ଟ୍ରିରେ ପିଏଚଡି ।

ଜୁନିଅର ରିସର୍ଚ୍ଚ ଫେଲୋ ଫିଜିକାଲ୍ / ଇନଅର୍ଗିନିକ କେମେଷ୍ଟ୍ରି – ସଂପୃକ୍ତ ବିଷୟରେ ଏମଏସସି ସହିତ ପେଟ୍ ପରିକ୍ଷା ପାସ୍ ।

ଜୁନିଅର ରିସର୍ଚ୍ଚ ଫେଲୋ ପଲିମର କେମେଷ୍ଟ୍ରି- ସଂପୃକ୍ତ ବିଷୟରେ ଏମଏସସି ସହିତ ପେଟ୍ ପରିକ୍ଷା ପାସ୍ ।

ଜୁନିଅର ରିସର୍ଚ୍ଚ ଫେଲୋ ଲାଇଫ ସାଇନ୍ସ – ସଂପୃକ୍ତ ବିଷୟରେ ଏମଏସସି ସହିତ ପେଟ୍ ପରିକ୍ଷା ପାସ୍ ।

ଷ୍ଟାଇପେଣ୍ଡ କେତେ ମିଳିବ ?

ରିସର୍ଚ୍ଚ ଆସୋସିଏଟ୍ -୫୪,୦୦୦ / –

ଜୁନିଅର ରିସର୍ଚ୍ଚ ଫେଲୋ – ୩୧,୦୦୦ / – ।

Get real time updates directly on you device, subscribe now.