ଉପରୁ ତଳକୁ ପଡ଼ିଯିବାର ସ୍ୱପ୍ନ ଦେଖୁଛନ୍ତି କି? ଏସବୁ ସ୍ୱପ୍ନ ଦେଉଛି ଭବିଷ୍ୟତର ସଂକେତ, କ’ଣ କହୁଛି ସ୍ୱପ୍ନଶାସ୍ତ୍ର

ଉପରୁ ଖସି ପଡ଼ିବାର ସ୍ୱପ୍ନ ଦେଖିବା ଶୁଭ ନା ଅଶୁଭ? ସ୍ୱପ୍ନଶାସ୍ତ୍ରରେ ଲୁଚି ରହିଛି ଏହାର ରହସ୍ୟ

ଓଡ଼ିଶା ଭାସ୍କର: ପ୍ରତ୍ୟେକ ବ୍ୟକ୍ତି ରାତିରେ ଶୋଇବା ପରେ ଅନେକ ପ୍ରକାରର ସ୍ୱପ୍ନ ଦେଖିଥାନ୍ତି । ଯାହାକି ଏକ ସାଧରଣ କଥା । ତେବେ ପ୍ରତ୍ୟେକ ବ୍ୟକ୍ତି ଦେଖୁଥିବା ଏହି ସ୍ୱପ୍ନ ବିଭିନ୍ନ ପ୍ରକାରର ଶୁଭ ଏବଂ ଅଶୁଭ ସଂକେତ ଦେଇଥାଏ । ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର ପରି ସ୍ୱପ୍ନ ଶାସ୍ତ୍ର ମଧ୍ୟ ରହିଛି ।

ଯେଉଁଥିରେ ଆମେ ଦେଖୁଥିବା ସ୍ୱପ୍ନରେ ମିଳୁଥିବା ସଂକେତ ଏବଂ ଏହାର ପରିଣାମ ବିଷୟରେ କୁହାଯାଇଥାଏ । ତେବେ ଆମେ ଶୋଇଥିବା ସମୟରେ ବେଳେବେଳେ ଉଚ୍ଚତାରୁ ପଡିବାର କିଛି ସ୍ୱପ୍ନ ଦେଖିଥ।ନ୍ତି । ଯାହା ଆମକୁ ଭବିଷ୍ୟତରେ ଆସିବାକୁ ଥିବା ବିପଦ ସମ୍ପର୍କରେ ସୂଚନା ଦେଇଥାଏ ।

ବର୍ତ୍ତମାନ ଆସନ୍ତୁ ଜାଣିବା ଉଚ୍ଚତାରୁ ପଡିବା ସହ ଜଡିତ ଏହି ସ୍ୱପ୍ନ ବିଷୟରେ…

ପାହାଚରୁ ତଳକୁ ପଡିବା: ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଯଦି ସ୍ୱପ୍ନରେ ଆପଣ ପାହାଚରୁ ଚଳକୁ ପଡିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହା ଆପଣଙ୍କୁ ଅଶୁଭ ସଂକେତ ଦେଇଥାଏ । ଏପରି ସ୍ୱପ୍ନ ଦେଖିବାର ଅର୍ଥ ହେଇଛି ନିଜଠାରେ ଆତ୍ମବିଶ୍ୱାସର ଅଭାବ ।

ଏହି ସ୍ୱପ୍ନ ଆପଣଙ୍କୁ ସୂଚାଇଥାଏ ଯେ, ଆପଣ ନିଜ ଉପରେ ଦୃଢ ବିଶ୍ୱାସ ରଖନ୍ତୁ ଏବଂ ଜୀବନରେ ଥିବା ସମସ୍ୟାକୁ ସାହାସର ସହ ସାମ୍ନା କରନ୍ତୁ ।

ଆକାଶରୁ ପଡିବା: ବେଳେବେଳେ ଯଦି ଆପଣ ସ୍ୱପ୍ନରେ ନିଜକୁ ଆକାଶରୁ ତଳକୁ ପଡିବାର ସ୍ୱପ୍ନ ଦେଖନ୍ତି ତେବେ ଏହା ଆପଣଙ୍କୁ ଅଶୁଭ ସଂକେତ ଦେଇଥାଏ । ଏପରି ସ୍ୱପ୍ନର ଅର୍ଥର ହେଉଛି ଆପଣ ଭବିଷ୍ୟତରେ କିଛି ଦୁର୍ଘଟଣାର ଶିକାର ହେବାକୁ ଯାଉଛନ୍ତି ।

ତେଣୁ ରାସ୍ତାରେ ଯିବା ସମୟରେ ସତର୍କତାର ସହ ଯାତାୟତ କରନ୍ତୁ । ଏଥିସହିତ ଅନ୍ୟ ଗାଡିଗୁଡିକ ପ୍ରତି ମଧ୍ୟ ସାବଧାନ ରୁହନ୍ତୁ ।

ଖସିଯାଇ ପଡିବା: ଅନେକ ଥର ଆମେ ନିଜକୁ ଖସିଯାଇ ପଡ଼ିବାର ସ୍ୱପ୍ନ ଦେଖିଥାଉ । ସ୍ୱପ୍ନଶାସ୍ତ୍ର ଅନୁସାରେ ଏହାର ଅର୍ଥ ହେଉଛି ଆପଣ ନିଜର କୌଣସି ଘନିଷ୍ଠ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କଠାରୁ ଧୋକା ପାଇ ପାରନ୍ତି ।

ତେଣୁ ଏପରି ସ୍ୱପ୍ନ ଦେଖିଲେ ସମୟ ଥାଉ ଥାଉ ସତର୍କ ହୋଇଯାଆନ୍ତୁ ।

ପାହାଡରୁ ତଳେ ପଡିବା: ଶୋଇବା ସମୟରେ ବେଳେବେଳେ ଆପଣ ନିଜକୁ ପାହାଡରୁ ତଳେ ପଡିବାର ସ୍ୱପ୍ନ ଦେଖନ୍ତି । ତେବେ ଏପରି ସ୍ୱପ୍ନ ଦେଖିବା ପଛରେ ଏକ ସଂକେତ ଲୁଚି ରହିଥାଏ । ଶାସ୍ତ୍ର ଅନୁଯାୟୀ ଏପରି ସ୍ୱପ୍ନ ଦେଖିବାର ଅର୍ଥ ହେଉଛି ଆପଣ ନିକଟ ଭବିଷ୍ୟତରେ ଆର୍ଥିକ ସଂକଟର ସାମ୍ନା କରିବାକୁ ଯାଉଛନ୍ତି । ଏଥିସହିତ ଏହା ଆପଣଙ୍କ ଜୀବନରେ ଅନ୍ୟ କିଛି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ ।

ଛାତରୁ ପଡିବା: ଅନେକ ଥର ସ୍ୱପ୍ନରେ ଆପଣ ନିଜକୁ ଛାତରୁ କିମ୍ବା କିଛି ଉଚ୍ଚା ସ୍ଥାନରୁ ଖସିପଡିବାର ସ୍ୱପ୍ନ ଦେଖନ୍ତି । ଯାହାକି ମନରେ ଭୟ ସୃଷ୍ଟି କରିଥାଏ । ତେବେ ସ୍ୱପ୍ନଶାସ୍ତ୍ର ଅନୁସାରେ ଏପରି ସ୍ୱପ୍ନ ଦେଖିଲେ ଏହା ଆପଣଙ୍କ ପରିବାରରେ ଖୁବ ଶୀଘ୍ର ମତଭେଦ ହେବାର ସଂକେତ ଦେଇଥାଏ ।

ତେଣୁ ଏପରି ସ୍ୱପ୍ନ ଦେଖିଲେ ପୂର୍ବରୁ ସାବଧାନ ହେବା ସହ ଘରେ କିପରି ଅଶାନ୍ତି ନହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।