ସ୍ୱପ୍ନରେ ନିଜ ଏକ୍ସ ବୟଫ୍ରେଣ୍ଡ କି ଗାର୍ଲଫ୍ରେଣ୍ଡଙ୍କୁ ଦେଖୁଥିଲେ, ଜାଣନ୍ତୁ କ’ଣ କହୁଛି ସମୁଦ୍ର ଶାସ୍ତ୍ର

ଓଡ଼ିଶା ଭାସ୍କର: ପ୍ରଥମେ ସ୍ୱପ୍ନ ସମୁଦ୍ର ଶାସ୍ତ୍ରର ଅଂଶ ଥିଲା, ବର୍ତ୍ତମାନ ବୈଜ୍ଞାନିକମାନେ ଏହାକୁ ନେଇ ଅନୁସନ୍ଧାନ କରୁଛନ୍ତି। ଆଜିର ଦୁନିଆରେ ଅନେକ ଡାକ୍ତର ଏବଂ ମନୋବୈଜ୍ଞାନିକମାନେ ସ୍ୱପ୍ନର ରହସ୍ୟକୁ ବୁଝିବାକୁ ଚେଷ୍ଟା କରୁଛନ୍ତି।

ଜ୍ୟେତିଷ ଶାସ୍ତ୍ରରେ ସ୍ୱପ୍ନକୁ କୌଣସି ଅନ୍ୟ ଏକ ଦୁନିଆର ଝରକା ବୋଲି କୁହାଯାଇଥାଏ। କିନ୍ତୁ ସମୁଦ୍ର ଶାସ୍ତ୍ର ଅନୁସାରେ, ସ୍ୱପ୍ନ ଆମକୁ ଭବିଷ୍ୟତର ଘଟଣାଗୁଡ଼ିକର ସଂକେତ ଦେଇଥାଏ। ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ନିଜ ପୂର୍ବ ପ୍ରେମିକା ଏବଂ ପ୍ରେମିକଙ୍କୁ ଦେଖିବା ସହ ଶାରୀରିକ ସମ୍ବନ୍ଧ ରଖିବା ସ୍ୱପ୍ନର ଅର୍ଥ କଣ..

ସ୍ୱପ୍ନରେ ଜୀବନ ସାଥୀଙ୍କୁ ଦେଖିବା: ସ୍ୱପ୍ନ ବିଜ୍ଞାନ ଅନୁସାରେ, ଏହା ବୈବାହିକ ଜୀବନକୁ ଶୁଖମୟ ଏବଂ ଜୀବନସାଥୀଙ୍କ ସହ ସଂପର୍କ ଦୃଢ ହେବାର ସଂକେତ ଦେଇଥାଏ। ଯଦି ଦୁହିଁଙ୍କ ମଧ୍ୟରେ ମତଭେଦ ଚାଲିଛି, ତେବେ ଏହା ଖୁବଶୀଘ୍ର ଶେଷ ହେବାକୁ ଯାଉଛି।

ସ୍ୱପ୍ନରେ ନିଜ ପୂର୍ବ ପ୍ରେମିକ ବା ପ୍ରେମିକାଙ୍କୁ ଦେଖିବା: ଏହା ଏହି ସଂକେତକୁ ଦର୍ଶାଇଥାଏ ଯେ, ଆପଣଙ୍କୁ ଖୁବଶୀଘ୍ର ଖୁସି ଖବର ମିଳିବାକୁ ଯାଉଛି। ଯଦି ଆପଣ ଅବିବାହିତ ଅଛନ୍ତି, ତେବେ ଆପନଙ୍କ ବିବାହ ହେବାର ସମ୍ଭାବନା ରହିଛି ଏବଂ ଯଦି ଆପଣ ବିବାହିତ ତେବେ ଆପଣଙ୍କ ଘରକୁ ଅତିଥି ଆସିବାକୁ ଯାଉଛନ୍ତି।

ଯଦି ପ୍ରେମିକା ନିଜ ପୂର୍ବ ଏକ୍ସକୁ ସ୍ୱପ୍ନରେ ଦେଖୁଛନ୍ତି ତେବେ ଏହାର ଅର୍ଥ ଯଦି ଆପଣ ଅବିବାହିତା ତେବେ ଖୁବଶୀଘ୍ର ଆପଣଙ୍କ ବିବାହ ହେବାକୁ ଯାଉଛି। ଯଦି ଆପଣ ବିବାହିତା ତେବେ ଆପଣଙ୍କ ବୈବାହିକ ଜୀବନ ମଜବୁତ ହେବାକୁ ଯାଉଛି।