fbpx
BSKY SKY
BSKY SKY

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ଲାଗୁ ହେଲା ଡ୍ରେସ କୋଡ,ଏହା ସହିତ ଲାଗୁ ହେଲା ଅନ୍ୟ କଟକଣା

BSKY

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ଲାଗୁ ହେଲା ଡ୍ରେସ କୋଡ । ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଦ୍ୱାରା ନିଆ ଗଲା ଏହି ଅଭିନବ ନିଷ୍ପତ୍ତି ।ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି । ଏଣିକି ପିଲାମାନେ ଡ୍ରେସ କୋର୍ଡରେ ବିଶ୍ୱବିଦ୍ୟାଳୟ କୁ ଆସିବେ ।

କ୍ୟାମ୍ପସକୁ ପ୍ରଦୂଷଣ ମୁକ୍ତ ସହ ଜାତୀୟତା ଭାବ ସୃଷ୍ଟି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ପିଲା ମାନଙ୍କ ଭିତରେ ସମାନତା ଭାବ ମଧ୍ୟ ବୃଦ୍ଧି ପାଇବ ।
ସୂଚନାମୁତାବକ ଆସନ୍ତା ୧୦ ତାରିଖରୁ ଏହି ନୂତନ ନିୟମ ଲାଗୁ କରାଯିବ ।କେବଳ ଛାତ୍ର ଛାତ୍ରୀ ନୁହନ୍ତି ଏଠାକାର ଅଧ୍ୟାପକ, କର୍ମଚାରୀ ମାନଙ୍କ ପାଇଁ ମଧ୍ୟ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ବିଶ୍ୱବିଦ୍ୟାଳୟର ଛାତ୍ର ଅଧ୍ୟାପକ, କର୍ମଚାରୀ ମାନେ ସପ୍ତାହରେ ଦିନେ ଖଦି ବସ୍ତ୍ର ପିନ୍ଧି କରି ଆସିବେ । ପ୍ରତି ଶୁକ୍ରବାର ଏହାକୁ ପରିଧାନ କରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ସହିତ ଶନିବାର କ୍ୟାମ୍ପସକୁ ଇନ୍ଧନ ଚାଳିତ ଯାନ ନଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶନିବାର କ୍ୟାମ୍ପସକୁ ବିଦ୍ୟୁତ ଚାଳିତ ଯାନ ଆଣିବାକୁ ପରାମର୍ଶ ଦିଆଯାଇଛି । ତେବେ ଆସନ୍ତା ୧୧ ତାରିଖ ଠାରୁ ଯାନ କଟକଣା ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.