ଶରୀରକୁ ସୁସ୍ଥ ରଖିବାକୁ ହେଲେ କିଛି ଫଳ ରସ ପିଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ଯାହାକି ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ । ଯେମିତିକି ଅମୃତଭଣ୍ଡା ଜୁସ୍ ବା ରସ । ଏହା ସ୍ୱାସ୍ଥ୍ୟ ପକ୍ଷେ ବହୁତ ଲାଭଦାୟକ । ଖାସ୍ କରି ଏହାର ନାମ ରହିଛି ଅମୃତଭଣ୍ଡା । ଅର୍ଥାତ୍ ଅମୃତର ଭଣ୍ଡାର । ଏହାର ଜୁସ୍ ପିଇଲେ ଅନେକ ଲାଭ ମିଳିଥାଏ । ଜାଣନ୍ତୁ ଏ ସମ୍ପର୍କରେ କ’ଣ କୁହନ୍ତି ବିଶେଷଜ୍ଞ…
କୋଷ୍ଠକାଠିନ୍ୟ ଦୂର
ଅମୃତଭଣ୍ଡାରେ ଥିବା ଏନଜାଇମ୍ ପାପେନ୍ ଏବଂ ଫାଇବର ପାଚନ କ୍ରିୟାକୁ ମଜବୁତ କରିଥାଏ। ସକାଳେ ଖାଲି ପେଟରେ ଏହାର ଜୁସ୍ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।
ଚର୍ମରେ ଚମକ ଆଣେ
ଅମୃତଭଣ୍ଡାରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ସି ଏବଂ ଭିଟାମିନ୍ ‘ଏ’ ଭରପୂର ମାତ୍ରାରେ ରହିଛି । ଯାହା ଚର୍ମକୁ ଗଭୀର ଭାବରେ ସଫା କରେ ଏବଂ ଏହାକୁ ଏକ ପ୍ରାକୃତିକ ଚମକ ପ୍ରଦାନ କରେ। ପ୍ରତିଦିନ ସେବନ କଳା ଦାଗ ଏବଂ ବ୍ରଣକୁ ମଧ୍ୟ ହ୍ରାସ କରେ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ
ଅମୃତଭଣ୍ଡାରେ ଭିଟାମିନ୍ ସି ଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ପରିବର୍ତ୍ତିତ ପାଣିପାଗରେ ଅସୁସ୍ଥ ହେବାର ଆଶଙ୍କା ମଧ୍ୟ ହ୍ରାସ ପାଏ।
ଓଜନ ହ୍ରାସରେ ସହାୟକ
ଅମୃତଭଣ୍ଡାରେ ରସରେ କ୍ୟାଲୋରି କମ୍ କିନ୍ତୁ ପୁଷ୍ଟିସାର ଅଧିକ ଥାଏ, ଯାହା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁଭବ କରାଏ ଏବଂ ଅତ୍ୟଧିକ ଖାଇବାକୁ ରୋକିଥାଏ।
ଶରୀରକୁ ବିଷମୁକ୍ତ କରେ
ସକାଳେ ଅମୃତଭଣ୍ଡା ରସ ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାର ହୋଇଯାଏ, ଯାହା କିଡନୀ ଏବଂ ଲିଭରକୁ ମଧ୍ୟ ସୁସ୍ଥ ରଖେ।
କିପରି ପ୍ରସ୍ତୁତ କରିବେ
୧ କପ କଟା ପାଚିଲା ଅମୃତଭଣ୍ଡା ଖଣ୍ଡ
ଅଧା ଗ୍ଲାସ ଥଣ୍ଡା ପାଣି କିମ୍ବା ପଇଡ ପାଣି
୧ ଚାମଚ ଲେମ୍ବୁ ରସ
ଅଳ୍ପ ଗୋଲମରିଚ କିମ୍ବା ଅଦା ଗୁଣ୍ଡ
ସମସ୍ତ ଉପାଦାନକୁ ଏକ ମିକ୍ସରରେ ପକାଇ ଭଲ ଭାବରେ ମିଶ୍ରଣ କରନ୍ତୁ। ଛାଣି ନ ଦେଇ ସିଧାସଳଖ ପିଅନ୍ତୁ ଯାହା ଦ୍ୱାରା ଆପଣ ଫାଇବରର ସମ୍ପୂର୍ଣ୍ଣ ଲାଭ ପାଇବେ।