fbpx

ପ୍ରତିଦିନ ପିଅନ୍ତୁ ଏହି ଜୁସ୍, ହୃଦ୍‌ରୋଗ ଏବଂ ହାଇ ବ୍ଲଡପ୍ରେସରରୁ ରହିବେ ସୁରକ୍ଷିତ

Advertisement

ଅତ୍ୟଧିକ ଚାପଗ୍ରସ୍ତ ହୋଇ କାମ କରିବା ହେତୁ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି । ଏହା ସହ ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ହୋଇପାରେ  । ଆଜିକାଲି, ହୃଦ୍‌ରୋଗ ଏବଂ କୋଲେଷ୍ଟ୍ରଲ ସମ୍ବନ୍ଧୀୟ ରୋଗ ଯୁବକମାନଙ୍କଠାରେ ମଧ୍ୟ ଦେଖାଦେଉଛି । ଏପରି ପରିସ୍ଥିତିରେ କିଛି ଜୁସ୍ ରହିଛି ଯାହାକୁ ପିଇବା ଦ୍ୱାର ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ  ।

ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଏବଂ କୋଲେଷ୍ଟ୍ରଲ୍ର ସମସ୍ୟାରେ ପୀଡ଼ିତ, ତେବେ ବିନା ଲୁଣ ମିଶା ଟମାଟୋ ଜୁସ୍ ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇପାରେ  । ଟମାଟୋ ଜୁସ୍ ହୃଦରୋଗର ଆଶଙ୍କା କମ୍ କରେ ।

‘ଫୁଡ୍ ସାଇନ୍ସ ଏବଂ ନ୍ୟୁଟ୍ରିସନ’ରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ ପ୍ରାୟ ୧୮୪ ପୁରୁଷ ଏବଂ ୨୯୭ ମହିଳାଙ୍କୁ ଏକ ବର୍ଷ ଧରି ବିନା ଲୁଣ ମିଶା ଟମାଟୋ ଜୁସ୍ ପିଇବାକୁ ଦିଆଯାଇଥିଲା  । ଜାପାନର ଟୋକିଓ ମେଡିକାଲ୍ ଏବଂ ଡେଣ୍ଟାଲ୍ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଅଧ୍ୟୟନ କରୁଥିବା ଲୋକଙ୍କ ମଧ୍ୟରୁ ୯୪ ଜଣଙ୍କର ଉଚ୍ଚ ରକ୍ତଚାପରେ ହ୍ରାସ ଘଟିଛି।

ସେହିପରି ଅନୁସନ୍ଧାନ କରୁଥିବା  ବୈଜ୍ଞାନିକମାନେ କହିଛନ୍ତି ଯେ ଉଚ୍ଚ କୋଲେଷ୍ଟ୍ରଲରେ ପୀଡିତ ୧୨୫ ଅଂଶଗ୍ରହଣକାରୀଙ୍କ ଏଲଡିଏଲ କୋଲେଷ୍ଟ୍ରଲ ସ୍ତର ଡିସିଲିଟର ପିଛା ୧୫୫.୦ ମିଲିଗ୍ରାମରୁ ୧୪୯.୯ ମିଲିଗ୍ରାମରୁ ହ୍ରାସ ପାଇଛି  । ଏହି ଅଧ୍ୟୟନରୁ ବହୁ ପରିମାଣରେ ପ୍ରମାଣିତ ହୋଇଛି ଯେ ଟମାଟୋ ଜୁସ୍ ଅନେକ ରୋଗରେ ମୁକ୍ତି ଦେଇଥାଏ ।

 

Get real time updates directly on you device, subscribe now.