fbpx

କାରରେ ମଦ ଏବଂ ମାଂସ ସେବନ କରୁଥିଲେ ସାବଧାନ! ଏହି ଗ୍ରହ ଆପଣଙ୍କୁ କରିଦେବେ କାଙ୍ଗାଳ

ଓଡ଼ିଶା ଭାସ୍କର: ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହ-ନକ୍ଷତ୍ରର ପ୍ରତି କାର୍ଯ୍ୟ ଉପରେ ଶୁଭ ଓ ଅଶୁଭ ପ୍ରଭାବ ରହିଛି । ଆମ ଦ୍ୱାରା ଜାଣ-ଅଜାଣତରେ ଏପରି ଅନେକ ଭୁଲ ହୋଇଥାଏ, ଯାହା ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ । ତେବେ ମଦ ଜଣେ ବ୍ୟକ୍ତିର ଜୀବନକୁ ନଷ୍ଟ କରିଦେଇଥାଏ । ଯଦି ଆପଣ କାରରେ ମଦ ଏବଂ ମାଂସ ଖାଉଛନ୍ତି ତେବେ ଏଥିପ୍ରତି ସାବଧାନ ହୋଇଯାଆନ୍ତୁ । ଏହା ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ କାଙ୍ଗାଳ କରିଦେଇପାରେ । ଏଥିରେ ଗ୍ରହ ଖରାପ ହୋଇଯାଏ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ଶାସ୍ତ୍ର ଅନୁଯାୟୀ, ମଦ ଏବଂ ମାଂସ ଭୋଜନ ରାକ୍ଷସମାନଙ୍କ ଭୋଜନ ବୋଲି କୁହାଯାଏ । ଏହାର ସେବନରେ ଶନିଦେବ କ୍ରୋଧିତ ହୋଇଥାଆନ୍ତି । ଯେତେବେଳେ ବ୍ୟକ୍ତି ବ୍ୟଭିଚାର ହୋଇଯାଏ ସେତେବେଳେ ସେ ମଦ ପିଇବାକୁ ଲାଗିଥାଆନ୍ତି । ଏହା ବ୍ୟତୀତ ରାହୁ ମଧ୍ୟ ପ୍ରଭାବିତ ହୋଇଥାଆନ୍ତି । ମଦ ଏବଂ ମାଂସ ଖାଇଲେ ରାହୁ ବି ଅଶୁଭ ଫଳ ଦେଇଥାଆନ୍ତି । ସ୍ୱାସ୍ଥ୍ୟ ଏବଂ ଦାମ୍ପତ୍ତ୍ୟ ଜୀବନକୁ ରାହୁ ପ୍ରଭାବିତ କରିଥାଏ ।

ନିଶା ବ୍ୟକ୍ତିର ବୁଦ୍ଧିକୁ ନଷ୍ଟ କରିଦେଇଥାଏ । ତାକୁ ଠିକ-ଭୁଲର ଅନ୍ତର ଦେଖାଯାଇନଥାଏ । ସେ ଅନୈତିକ କାର୍ଯ୍ୟ ମଧ୍ୟ କରିବାକୁ ପଛାଇନଥାଏ । ଯାହାର ପରିଣାମ ସ୍ୱରୂପ ଶନି ପ୍ରକୋପର କାରଣ ହୋଇଥାଆନ୍ତି ।

ଏପରି ସ୍ଥିତିରେ ବ୍ୟକ୍ତିକୁ ଅନେକ ରୋଗ, ଚିନ୍ତା ଏବଂ ଧନ ହାନି ସମସ୍ୟାମାନ ଦେଇ ଗତି କରିବାକୁ ପଡିଥାଏ । ମାଆ ଲକ୍ଷ୍ମୀ ମଧ୍ୟ ଘର ଛାଡି ଚାଲିଯାଆନ୍ତି । କାର, ଘର ବା କୌଣସି ସ୍ଥାନରେ ମଦ-ମାଂସ ଖାଇବା ଧାର୍ମିକ ଦୃଷ୍ଟିରୁ ଭଲ ନୁହେଁ ।

ଜ୍ୟେତିଷଶାସ୍ତ୍ରରେ ଯାନ-ବାହାନ ଶୁକ୍ର ଏବଂ ଶନି ଗ୍ରହ ବୋଲି ବିଶ୍ୱାସ କରାଯାଏ । ଶୁକ୍ର ଗ୍ରହ ଯେଉଁଠାରେ ଲଗଜରୀ ଲାଇଫ ପ୍ରଦାନ କରିଥାଏ, ଶନି କର୍ମ ଆଧାରରେ ଫଳ ପ୍ରଦାନ କରିଥାଆନ୍ତି । ଶୁକ୍ର ଗ୍ରହ ମାଆ ଲକ୍ଷ୍ମୀଙ୍କ ସମ୍ବନ୍ଧରେ ଆସିଥାଏ । ତେବେ ମାଆ ଲକ୍ଷ୍ମୀଙ୍କୁ ସ୍ୱଚ୍ଛ ଏବଂ ସୁଦ୍ଧତା ଅଧିକ ପ୍ରିୟ । ସେହିପରି ଶନିଙ୍କୁ ଅନୁଶାସନ ଏବଂ ନିୟମ ପ୍ରିୟ ଅଟେ ।

ସେଥିପାଇଁ କାରରେ କଦାପି ଏପରି କାର୍ଯ୍ୟ କରିବା ସଠିକ ନୁହେଁ । ଏଥିରେ ଏହି ଦୁଇ ଗ୍ରହ ଅଶୁଭ ଫଳ ପ୍ରଦାନ କରିପାରନ୍ତି । ଯଦି କାରରେ କୌଣସି ଦେବା-ଦେବୀଙ୍କ ଫଟୋ ଅଛି ତେବେ କଦାପି ମଦ-ମାଂସ ଆଦି ସେବନ କରିବା ଆବଶ୍ୟକ ନୁହେଁ । ଏଥିସହ କାରକୁ ସର୍ବଦା ସଫା ରଖନ୍ତୁ ।

Get real time updates directly on you device, subscribe now.