fbpx

ଥଣ୍ଡା କ୍ଷୀର ପିଇବା ଦ୍ୱାରା କମିଥାଏ ଓଜନ

ଆମେ ସମସ୍ତେ ଜାଣୁ କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏଥିରେ କ୍ୟାଲସିୟମ ବ୍ୟତୀତ ଏପରି ଅନେକ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ, ଯାହା ଆମ ହାଡ ସହିତ ସମଗ୍ର ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ କ୍ଷୀରକୁ ଆମେ ଅନେକ ଉପାୟରେ ପିଇଥାଉ । ଯେପରି ଛୋଟ ପିଲା ଏବଂ ନବଜାତ ଶିଶୁକୁ ଉଷୁମ କିମ୍ବା ହାଲୁକା ଉଷୁମ କ୍ଷୀର ଦେବା ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ ।

ସେହିପରି ବଡମାନଙ୍କୁ ଗରମ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଏ । କିନ୍ତୁ କେତେକ ପରିସ୍ଥିତିରେ ଥଣ୍ଡା କ୍ଷୀର ପିଇବା ଆପଣଙ୍କ ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ । ଥଣ୍ଡା କ୍ଷୀରକୁ ଆପଣ ମିଲ୍କ ସ୍ମୁଦି, ମିଲ୍କ ସେକ୍, କୋଲ୍ଡ କଫି ଭାବରେ ପିଇଥିବେ, କିନ୍ତୁ ଆପଣ ଜାଣନ୍ତି କି ଥଣ୍ଡା କ୍ଷୀର ପିଇବା ଆପଣଙ୍କ ପାଇଁ କେତେ ଲାଭଦାୟକ ହୋଇପାରେ ।

ବିଶେଷଜ୍ଞଙ୍କ ଅନୁଯାୟୀ, ଥଣ୍ଡା କ୍ଷୀରରେ ପୋଟାସିୟମ୍, ଫସଫରସ୍, ଭିଟାମିନ୍ ଏବଂ କ୍ୟାଲସିୟମ୍ ଭଳି ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଥଣ୍ଡା କ୍ଷୀର ପିଇବାଦ୍ୱାରା ଆପଣଙ୍କ ଶରୀର ହାଇଡ୍ରେଟ୍ ରହିଥାଏ । ଏହା ସହିତ, ଆପଣ ଅନେକ ହଜମ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ପାଆନ୍ତି । ଥଣ୍ଡା କ୍ଷୀର ପିଇବା ଦ୍ୱାରା ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ କରନ୍ତି ନାହିଁ ଏବଂ ଆପଣ ଦିନସାରା ସତେଜ ଅନୁଭବ କରନ୍ତି । ଥଣ୍ଡା କ୍ଷୀର ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ।

Get real time updates directly on you device, subscribe now.