fbpx

ଖରାଦିନେ ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ କ୍ଷତିକାରକ, ହୋଇପାରେ ଏହିସବୁ ରୋଗ

ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ଆଦୌ ଠିକ୍ ନୁହେଁ । ଶରୀରର ତାପମାତ୍ରା ଅଧିକ ଥିବା ବେଳେ ହଠାତ୍ ଥଣ୍ଡା ପାଣି ପିଇବା ଦ୍ୱାରା ନକାରାତ୍ମକ ପ୍ରଭାବ ପଡିଥାଏ ।

ହଠାତ୍ ଗରମରୁ ଆସି ଥଣ୍ଡା ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ । ଏପରିକି ଅଚାନକ ଗରମରୁ ଥଣ୍ଡାକୁ ଆସିବା ଦ୍ୱାରା ହୃଦୟ ଗତିରେ ମଧ୍ୟ ଅନିୟମିତତା ଦେଖିବାକୁ ମିଳିଥାଏ । ଏହି ଅଭ୍ୟାସ ଦ୍ୱାରା ଶରୀର ବିଭିନ୍ନ ପ୍ରକାରର ରୋଗକୁ ନିମନ୍ତ୍ରଣ ଦେଇଥାଏ । ଯେପରିକି…

ପାଚନତନ୍ତ୍ର ସମସ୍ୟା :

ଗରମରେ ବରଫ ମିଶା ପାଣି ବା ଫ୍ରିଜ୍ ପାଣି ପିଇବା ଦ୍ୱାରା ପେଟର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ । ଫଳରେ ପାଚନ କ୍ରିୟା କ୍ରମଶଃ ଧୀମା ହୋଇଚାଲେ । ପରେ ପେଟରେ ଯନ୍ତ୍ରଣା, ବଦ୍ହଜମୀ, ବାନ୍ତି ଓ ଅନ୍ୟାନ୍ୟ ସମସ୍ୟା ଉପୁଜିଥାଏ ।

ଗଳା ଯନ୍ତ୍ରଣା :

ଗରମଦିନେ ଗରମରୁ ଆସି ଥଣ୍ଡା ପାଣି ପିଇବା ଦ୍ୱାରା ଗଳା ବସିବା ଓ ଯନ୍ତ୍ରଣା ଆଦି ଦେଖା ଦେଇଥାଏ ।

ଥଣ୍ଡା-କାଶ :

ଖରାରୁ ଆସିବା ସମୟରେ ଶରୀରର ତାପମାତ୍ରା ଅଧିକ ରହିଥାଏ । ଏହି ସମୟରେ ଥଣ୍ଡା ପାଣି ପିଇବା ଦ୍ୱାରା ତାପମାତ୍ରା ହଠାତ୍ କମିଯାଇଥାଏ, ଯାହାଦ୍ୱାରା କିଛି ଲୋକଙ୍କଠାରେ ଥଣ୍ଡାକାଶ ପରି ସମସ୍ୟା ଉପୁଜିଥାଏ । ଅଧିକ ସମ୍ବେଦନଶୀଳ ଲୋକମାନେ ଥଣ୍ଡା ପାଣି ପିଇବା ଦ୍ୱାରା ଜ୍ୱର ମଧ୍ୟ ହୋଇଯାଇଥାଏ ।

ହୃଦୟ ପାଇଁ କ୍ଷତିକାରକ :

ଅଚାନକ୍ ଥଣ୍ଡା ପାଣି ପିଇବା ଦ୍ୱାରା ହୃଦ୍ସ୍ପନ୍ଦନରେ ମଧ୍ୟ ଅନିୟମିତା ଦେଖିବାକୁ ମିଳିପାରେ । କାରଣ ହଠାତ୍ ତାପମାତ୍ରା ପରିବର୍ତ୍ତନକୁ ହୃଦୟ ଗ୍ରହଣ କରିପାରି ନଥାଏ ।

Get real time updates directly on you device, subscribe now.