(Video) ବାଘଙ୍କୁ ପାଣି ପିଆଇବା ସାଜିଲା ଅଭିଶାପ, ଚୁଟକିରେ ପଳେଇଲା ଚାକିରି
ସୌଜନ୍ୟତା ଦେଖାଇ ଫସିଲେ ଡ୍ରାଇଭର । ପଶୁଙ୍କ ଶୋଷ ମେଣ୍ଟାଇବାକୁ ଯାଇ ଅସୁବିଧାରେ ପଡ଼ିଲେ ।
ଭୋପାଳ: ମଧ୍ୟ ପ୍ରଦେଶ କୁନୋ ନ୍ୟାଶନାଲ ପାର୍କରେ ଚିତା ବାଘ ଏବଂ ତା’ ସାବକମାନଙ୍କୁ ପାଣି ଦେଇଥିବା ଡ୍ରାଇଭରଙ୍କ ଉପରକୁ ମାଡ଼ିବସିଛି ବିପଦ । ସୌଜନ୍ୟତା ଦେଖାଇ ଡ୍ରାଇଭର ଜଣକ ବାଘମାନଙ୍କୁ ପାଣି ପିଆଇଦେଲେ ସିନା ଅଫିସିଆଲ ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ତାଙ୍କୁ ଚାକିରିରୁ ବାହାର କରାଯାଇଛି ।
ଏହି ବାଘମାନଙ୍କୁ ନାମ୍ବିଆରୁ ଅଣାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରୋଜେକ୍ଟ ଚିତାର ଶୁଭାରମ୍ଭ ମଧ୍ୟ କରାଯାଇଥିଲା । ଏହି ବାଘ ଛୁଆମାନଙ୍କୁ ଭିତରୁ ଏକାଧିକ ସାବକ ଏବଂ ମା’ର ମୃତ୍ୟୁ ମଧ୍ୟ ହୋଇସାରିଛି ।
ଭାଇରାଲ ଭିଡିଓ ଅନୁସାରେ କୁନୋ ଜାତୀୟ ଉଦ୍ୟାନରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ଷ୍ଟିଲ ପାତ୍ରରେ ବାଘମାନଙ୍କୁ ପାଣି ପିଇବାକୁ ଦେଇଥିଲେ । ଚିତାମାନେ ଆନନ୍ଦରେ ପାଣି ପଇଥିଲେ ଏବଂ ଡ୍ରାଇଭରଙ୍କର କୌଣସି କ୍ଷତି କରି ନ ଥିଲେ ।
ହେଲେ ସୋସିଆଲ ମିଡିଆରେ ଭିଡିଓ ଦ୍ରୁତ ବେଗରେ ଭାଇରାଲ ହୋଇଥିଲା । ଏହାପରେ ପାର୍କର ଉଚ୍ଚ କର୍ତ୍ତୃପକ୍ଷ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନଦ ନେଇ ତାଙ୍କୁ ଚାକିରିରୁ ବାହାର କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା କୁନୋ ନ୍ୟାଶନାଲ ପାର୍କରେ ୧୭ ଚିତା ଥିବାବେଳେ ସେମାନଙ୍କ ଭିତରୁ ୧୧ଟି ସାବକ ରହିଛନ୍ତି । ସେମାନଙ୍କ ଭିତରୁ ୯ଟିକୁ ଏକକ୍ଲୋଜରରେ ରଖାଯାଇଛି ।
୨୦୨୨ ସେପ୍ଟେମ୍ବରରେ ୫ ମାଈ ଏବଂ ୩ ଅଣ୍ଡିରା ଚିତାଙ୍କୁ ପାର୍କରେ ଛଡ଼ାଯାଇଥିଲା । ୨୦୨୩ ପେବୃଆରୀରେ ଆହୁରି ୧୨ ଚିତାଙ୍କୁ ଜଙ୍ଗଲରେ ଛଡ଼ାଯାଇଥିଲା ।
Viral video shows a man offering water to cheetahs in MP’s Kuno National Park — a gesture of coexistence after recent clashes. But the forest department suspended the driver, fearing human-animal bonds. pic.twitter.com/AMW70XQPLt
— 𝐃𝐎 𝐍𝐞𝐰𝐬 (@donewstoday) April 7, 2025