fbpx

ଆବୁଧାବି ବିମାନ ବନ୍ଦର ନିକଟରେ ଡ୍ରୋନ ଆକ୍ରମଣ: ନିଜକୁ ଦାୟୀ କଲା ୟେମନେର ହାଉତି ସଂଗଠନ

ଆବୁଧାବି ଏୟାରପୋର୍ଟରେ ଡ୍ରୋନ୍ ଆକ୍ରମଣ । ଏୟାରପୋର୍ଟ ନିକଟରେ ଥିବା ତେଲ ଟ୍ୟାଙ୍କର ଉପରେ ଆକ୍ରମଣ । ୩ଟି ତେଲ ଟ୍ୟାଙ୍କରରେ ବଡ଼ ଧରଣର ବିସ୍ଫୋରଣ ସୂଚନା । ବିସ୍ଫୋରଣ ପରେ ତେଲ ଟ୍ୟାଙ୍କରରେ ବଡ଼ ଧରଣର ଅଗ୍ନିକାଣ୍ଡ ।

ଡ୍ରୋନ୍ ଆକ୍ରମଣରେ ତିନୋଟି ଟ୍ୟାଙ୍କରରେ ବିସ୍ଫୋରଣ ଏବଂ ବିମାନବନ୍ଦର ସାମାନ୍ୟ ଅଗ୍ନିକାଣ୍ଡ ଘଟିଥିବା ନେଇ ପୋଲିସ୍ ସ୍ପଷ୍ଟ କରିଛି । ଆବୁଧାବି ପୋଲିସ କହିଛି ଯେ ପ୍ରାଥମିକ ଅନୁସନ୍ଧାନ ରୁ ଜଣାପଡ଼ିଛି ବିସ୍ପୋରଣ ସ୍ଥାନରେ ଦୁଇଟି ଡ୍ରୋନ୍ ମିଳିଛି ଏହି ଡ୍ରୋନ ଦ୍ୱାରା ହିଁ ବିସ୍ଫୋରଣ ଘଟିଥିାଇପାରେ ବୋଲି କହିଛି ପୋଲିସ । ସେପଟେ ଏହି ଘଟଣା ପାଇଁ ୟେମେନ ର ହାଉତି ସଂଗଠନ ନିଜକୁ ଦାୟୀ କରିଛି ।

Get real time updates directly on you device, subscribe now.