fbpx

Breaking; ଉଦ୍ଧାର ହେଲା ଭାସି ଯାଇଥିବା ନାବାଳକ: ଲକ୍ଷ୍ମୀସାଗର ଡ୍ରେନ ନିକଟରୁ ଉଦ୍ଧାର, ମେଡିକାଲରେ ଭର୍ତ୍ତି

Advertisement

ଭୁବନେଶ୍ୱର: ଅନେକ ପରିଶ୍ରମ ପରେ ଉଦ୍ଧାର ହୋଇଛି ନାବାଳକ । ବର୍ଷା ପାଣିରେ ରାଜଦାନୀର ମୁକୁଳା ଡ୍ରେନରେ ଭାସି ଯାଇଥିବା ପିଲାଟିକୁ ଉଦ୍ଧାର କରିବାରେ ସଫଳ ହୋଇଛି ଅଗ୍ନିଶମ ବାହିନୀ । ୟୁନିଟ୍-୩ର ମସଜିଦ କଲୋନୀ ପାଖ ଡ୍ରେନରେ ଭାସି ଯାଇଥିବା ବେଳେ ଲକ୍ଷ୍ମୀସାଗର ପାଖ ନାଳରୁ ତାକୁ ଉଦ୍ଧାର କରାଯାଇଛି । ଡ୍ରେନ ଭିତରୁ ନାବାଳକକୁ ଉଦ୍ଧାର କରିବା ପରେ ପିଲାଟିକୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି ।

ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱରରେ ଆଜି ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ୟୁନିଟ୍-୩ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବର୍ଷା ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲା ଏହି ନାବାଳକ । ପ୍ରବଳ ବର୍ଷା ଯୋଗୁଁ ମୁକୁଳା ଡ୍ରେନରେ ପଡ଼ି ପିଲଟି ଭାସି ଯାଇଥିବା ଜାଣିବାକୁ ମିଳିଛି । ୟୁନିଟ-୩ର ମସଜିଦ କଲୋନୀ ପାଖ ଡ୍ରେନରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।odisha bhaskar

ସୂଚନା ଅନୁସାରେ, ପାଣିରେ ଏକ ବେଲୁନ ଭାସୁଥିବାର ଦେଖି ଏହାକୁ ଧରିବା ପାଇଁ ଚେଷ୍ଟା କରୁଥିଲା ଏହି ନାବାଳକ । କିନ୍ତୁ ବେଲୁନ ଧରିବା ସମୟରେ ପାଦ ଖସିଯିବାରୁ ମୁକଳା ଡ୍ରେନରୋ ସେ ଖସି ପଡ଼ିଥିଲା । ଏହାପରେ ବର୍ଷାପାଣିର ପ୍ରଖର ସ୍ରୋତରେ ଭାସିଯାଇଛି ୮ ବର୍ଷର ନାବାଳକ । ପିଲାଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି । ଏହାସହିତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଗ୍ନିଶମ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

Get real time updates directly on you device, subscribe now.