(video) ରାସ୍ତାରେ ମର୍ଡନ ଶିବଙ୍କ Rampwalk! ଦେହରେ ନାହିଁ କପଡ଼ା, କିନ୍ତୁ ଗଳାରେ ଲମ୍ବିଛି ୫ ଫୁଟିଆ ନାଗରାଜ୍

ଓଡ଼ିଶା ଭାସ୍କର: ସାପକୁ ଦେଖିଲେ ଲୋକ ଡରୁଥିବାବେଳେ କିଛି ଲୋକ ସାପକୁ ନିଜ ସାଥୀ କରିଦିଅନ୍ତି । ଏମିତି କିଛି ବିଚିତ୍ର ଘଟଣା ଦେଖିବାକୁ ମିଳୁଛି ଏବେ ସୋସିଆଲ ମିଡିଆରେ ।

ଏକ୍ସରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ବି ଡରିଯିବେ । ଏ ଭିଡିଓ ସୋସିଆଲ ମିଡିଆରେ ବହୁମାତ୍ରାରେ ଲୋକ ଦେଖୁଛନ୍ତି । ଯେଉଁଥିରେ ଜଣେ ବ୍ୟକ୍ତି ନାଗ ସାପକୁ ବେକରେ ଗୁଡ଼ାଇ ରାସ୍ତାରେ ଚାଲୁଥିବାର ଦେଖିବାକୁ ମିଳିଛି ।

ବ୍ୟକ୍ତି ଜଣକ ନିଶାରେ ଥିବାଭଳି ଲାଗୁଥିବାବେଳେ ତାଙ୍କ ବେକରେ ବିଷଧର ନାଗ ସାପ ଗୁଡେଇଥିବା ନଜରକୁ ଆସୁଛନ୍ତି । କଳା ରଙ୍ଗର ସାପକୁ ଶିବଙ୍କ ଭଳି ଗଳାରେ ପକାଇ ଚାଲିଛନ୍ତି ରାସ୍ତାରେ ।
ଯୁବକଙ୍କ ଅଜବ କାରନାମା ଦେଖି ସେଠାରେ ଉପସ୍ଥିତ ଲୋକ ତାଙ୍କୁ ଚାହୁଁ ରହିବା ସହ କିଛି ଜଣ ତାଙ୍କ ଭିଡିଓ ଓ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି ।