ମଦୁଆ ଦୋକାନୀଙ୍କ ଉନ୍ମତ କାଣ୍ଡ… ଯୁବତୀଙ୍କ ଦେହରେ ଲଗାଇଦେଲେ ନିଆଁ

କସରଗୋଡ଼ ଜିଲ୍ଲାରେ ଜଣେ ମଦୁଆ ଦୋକାନୀ ୩୨ ବର୍ଷୀୟ ମହିଳାଙ୍କୁ ଜୀବନ୍ତ ଜାଳି ଦେବା ପରେ ମହିଳାଙ୍କ ମୃତ୍ୟୁ ହୋଇଛି।

କେରଳ: ପ୍ରତିଶୋଧର ନିଆ ସବୁବେଳେ ଭୟଙ୍କର ହୁଏ। ଏତେ ମାତ୍ରାରେ ଭୟଙ୍କର ହୁଏ ଯେ ପ୍ରତିଶୋଧ ନେବା ପାଇଁ ଯେକୌଣସି ସ୍ଥଳକୁ ମଧ୍ୟ ଯାଇପାରେ ମଣିଷ।
ଏପରି ଏକ ଘଟଣା କସରଗୋଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି। ଜଣେ ମଦ୍ୟପ ଦୋକାନୀ ୩୨ ବର୍ଷୀୟ ଯୁବତୀଙ୍କୁ ଜୀବନ୍ତ ଜାଳି ଦେବା ପରେ ଯୁବତୀଙ୍କ ମୃତ୍ୟୁ ହୋଇଛି।
ଏପ୍ରିଲ ୮ ତାରିଖରେ ୩ଟା ୩୦ ସମୟରେ ଘଟିଥିଲା ଏହି ଘଟଣା।

ସୂଚନା ଅନୁସାରେ ପୀଡ଼ିତା ସି ରାମିଥା ଅଭିଯୁକ୍ତ ରାମମୃତମ ବିଷୟରେ କୋଠା ମାଲିକ ନିକଟରେ ଅଭିଯୋଗ କରିଥିଲେ। ରାମମୃତମ ମଦ ପିଇବାରୁ ତାଙ୍କୁ ସେଠାରେ ଅସୁୂବିଧା ହେଉଛି। ପୀଡିତାଙ୍କ ଅଭିଯୋଗ ପରେ, କୋଠା ମାଲିକ ରାମମୃତମ୍‌ଙ୍କୁ ଦୋକାନ ଖାଲି କରିବାକୁ କହିଥିଲେ, ଅଧିକାରୀମାନେ କହିଛନ୍ତି।

ରମିଥା ଏବଂ ରାମାମୃତମ୍ ଉଭୟ ବେଡାଡୁକା ଗ୍ରାମର ସମାନ କୋଠାରେ ଦୋକାନ ମାଲିକ ଭାବରେ କାମ କରୁଥିଲେ। ପୀଡିତା ଏକ ଗ୍ରୋସରୀ ଦୋକାନ ଚଳାଉଥିବା ସମୟରେ, ଅଭିଯୁକ୍ତ ତାଙ୍କ ପାଖରେ ଏକ ଫର୍ଣ୍ଣିଚର ଦୋକାନ ଚଳାଉଥିଲେ।

ଏଥିରେ ରାଗିିଯାଇ, ରାମମୃତମ୍ ଏପ୍ରିଲ ୮ ତାରିଖରେ ରମିଥା ତାଙ୍କ ଗ୍ରୋସରୀ ଦୋକାନ ଭିତରେ ଥିବା ସମୟରେ ତାଙ୍କ ଉପରେ ସ୍ପିରିଟ୍ ଢାଳି ନିଆଁ ଲଗାଇ ଦେଇଥିଲେ।
ଏହି ସମୟରେ, ସାଜିତା ପୁରୁଷୋତମ – ରମିଥାଙ୍କ ପଡ଼ୋଶୀ ଦୋକାନ ନିକଟରେ ଥିଲେ। ସେ, ଅନ୍ୟ ବାସିନ୍ଦାଙ୍କ ସହ ମିଶି ରମିତାଙ୍କୁ କାନହାଗଡ ଜିଲ୍ଲା ହସ୍ପିଟାଲକୁ ନେଇଗଲେ ଏବଂ ପରେ ତାଙ୍କୁ ମାଙ୍ଗାଲୁରୁର ଏକ ମେଡିକାଲକୁ ସ୍ଥାନାନ୍ତରିତ କରାଗଲା।

ଅଧିକାରୀମାନେ କହିଛନ୍ତି ଯେ ତାଙ୍କର ଶରୀର ୫୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା।
ଅଭିଯୁକ୍ତ ଖସିଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ସ୍ଥାନୀୟ ବାସିନ୍ଦା ତାଙ୍କୁ ଧରି ପୋଲିସକୁ ଦେଇଥିଲେ। ଅଭିଯୁକ୍ତକୁୂ ହେପାଜତକୁ ନିଆଯାଇଛି । ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଅଧିକାରୀ।