ମଦ ପିଇଲେ ବି ମୁଁ କଣ୍ଟ୍ରୋଲରେ ରୁହେ: ଥାନା ପରିସରରେ ଉତ୍ପାତ କଲେ ଯୁବତୀ, ଦେଖନ୍ତୁ Viral Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମଦ୍ୟପାନ ପରେ ସାଧାରଣତଃ ଲୋକ ମାନେ ନିଜର ହିତାହିତ ଜ୍ଞାନ ହରାଇ ବସନ୍ତି । ଏମିତି ଏକ ଘଟଣା ଥାନା ପରିସରରେ ଘଟିଥିବା ବେଳେ ଏହାର ଭିଡିଓ ବେଶ ଭାଇରାଲ ହୋଇଛି । ମଦ୍ୟପାନ କରିଥିବା ମହିଳା ଜଣଙ୍କ ଥାନା ପରିସରରେ ଉତ୍ପାତ କରିଛନ୍ତି । ଯୁବତୀ ଜଣଙ୍କ କାହାକୁ ଟଙ୍କା ଦେଇଥିବା ନେଇ ନିଶାରେ ବିଳିବିଳାଉ ଥିଲେ । ତେବେ କେହି ଜଣେ ତାଙ୍କୁ ରାସ୍ତାରେ ତାଙ୍କୁ ମଦୁଆ କହିଥିବା ନେଇ ଯୁବତୀ ଜଣଙ୍କ କହୁଥିଲେ ।

ମୁଁ ୫ ଟଙ୍କା କମେଇଲେ ସେଥିରୁ ୩ ଟଙ୍କା ଗରିବ ଲୋକଙ୍କୁ ଦେଇଥାଏ । ମୁଁ ମଦ ପିଇଲେ ବି କଣ୍ଟ୍ରୋଲରେ ରୁହେ ଆଉ ମାତ୍ର ଦୁଇଟା ବିୟର ପିଇଛି ବୋଲି କହିଥିଲେ ଯୁବତୀ । ଏପରିକି ଜଣେ ମହିଳା ଅଧିକାରୀଙ୍କୁ ତାଙ୍କୁ ଛାଡିଦେବା ପାଇଁ ମଧ୍ୟ ନିବେଦନ କରିଥିଲେ ମହିଳା । ତେବେ ପୋଲିସ ଘର ଲୋକଙ୍କ ନମ୍ବର ମାଗିବା ପରେ ମହିଳା ଜଣଙ୍କ ସାମାନ୍ୟ ଶାନ୍ତ ପଡିଥିଲେ । ଦେଖନ୍ତୁ ଭିଡିଓ..