fbpx

‘ବୋଧହୁଏ ମୁଁ ବଞ୍ଚିବିନି, ପୁଅର ଯତ୍ନ ନେବ’: ଆହତ ହେବା ପରେ DSP ହୁମାୟନ ପତ୍ନୀଙ୍କୁ କରିଥିଲେ ଭିଡିଓ କଲ୍

Advertisement

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଲଢ଼େଇରେ ଡିଏସପି ହୁମାୟୁନ ଭଟ୍ଟ ସହିଦ ହୋଇଯାଇଛନ୍ତି । ତେବେ ହୁମାୟୁନଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଆତଙ୍କବାଦୀଙ୍କ ସହ ଲଢ଼େଇ ଚାଲିଥିବା ସମୟର ହୁମାୟୁନଙ୍କ ଶରୀରରେ ଗୁଳି ଲାଗିଥିଲା, ଫଳରେ ସେ ଆହତ ହୋଇଥିଲେ । ତେବେ ଆହତ ଅବସ୍ଥାରେ ହୁମାୟୁନ ତାଙ୍କ ପତ୍ନୀ ଫାତିମାଙ୍କ ନିକଟକୁ ଭିଡିଓ କଲ୍ କରିଥିଲେ ।

ଭିଡିଓ କଲରେ ହୁମାୟୁନ ପତ୍ନୀଙ୍କୁ କହିଥିଲେ, ‘ବୋଧହୁଏ ମୁଁ ବଞ୍ଚିବିନି, ପୁଅର ଯତ୍ନ ନେବ ।’ ଦେଶ ପାଇଁ ଲଢ଼େଇ କରି ସହିଦ ହେବା ପୂର୍ବରୁ ଏହା ଥିଲା ହୁମାୟୁନଙ୍କର ଶେଷ ଶବ୍ଦ । ଏନେଇ ହୁମାୟୁନଙ୍କର ଶାଶୁ ସୟୈଦ ନୁସରତ କହିଛନ୍ତି, ହୁମାୟୁନଙ୍କର ପେଟରେ ଗୁଳି ବାଜିଥିଲା । ଏହାପରେ ସେ ଯେଉଁ ସ୍ଥାନରେ ଆହତ ଅବସ୍ଥାରେ ପଡ଼ିରହିଥିଲେ ତା’ର ଲୋକେସନ ଟ୍ରେସ କରିବାରେ ହେଲିକପ୍ଟର ବିଳମ୍ବ କରିଦେଇଥିଲା ।

ପରେ ଘଟଣାସ୍ଥଳରୁ ତାଙ୍କୁ ସିଧାସଳଖ ଶ୍ରୀନଗର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଫାତିମା ଓ ୨୯ ଦିନର ପୁଅକୁ ଦେଖିବା ପରେ ହୁମାୟୁନ ଶେଷ ନିଶ୍ୱାସ ତ୍ୟାଗ କରିଦେଇଥିଲେ । ଆସନ୍ତା ୨୭ ତାରିଖର ହୁମାୟୁନ-ଫାତିମାଙ୍କର ବିବାହର ଏକ ବର୍ଷ ପୂର୍ତ୍ତି ହୋଇଥାନ୍ତା । ହୁମାୟୁନଙ୍କର ପିତା ଗୁଲାମ ହସନ ଭଟ୍ଟ ଜମ୍ମୁ କଶ୍ମୀର ପୋଲିସରୁ ଆଇଜିପି ଭାବେ ସେବାନିବୃତ୍ତ ହୋଇଛନ୍ତି । ସହିଦ ବୀର ପୁତ୍ରର ପାର୍ଥିବ ଶରୀର ଉପରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସମୟରେ ବାହାଦୁର ପୋଲିସ ଅଧିକାରୀଙ୍କ ସାହାସ ଓ ଧୈର୍ଯ୍ୟ ଭାରତୀୟ ପୋଲିସ ଇତିହାସର ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବ ।

Get real time updates directly on you device, subscribe now.