fbpx

ଷ୍ଟାର ବୋଲରରୁ DSP ମହମ୍ମଦ ସିରାଜ: କ୍ରିକେଟ ସହ ପୋଲିସ ବିଭାଗରେ ତୁଲାଇବେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ସିରାଜଙ୍କୁ ମିଳିଛି ଆଉ ଏକ ବଡ଼ ଦାୟିତ୍ୱ । ଭାରତୀୟ କ୍ରିକେଟର ବ୍ୟତୀତ ବର୍ତ୍ତମାନ ପୋଲିସ ବିଭାଗର ନୂଆ DSP  ଭାବରେ ନିୟୋଜିତ ହୋଇଛନ୍ତି ସିରାଜ । ତେଲେଙ୍ଗାନା ପୋଲିସ ମହା ନିର୍ଦ୍ଦେଶକଙ୍କୁ ରିପୋର୍ଟ କରିବା ପରେ ଆନୁଷ୍ଠାନିକ ଭାବରେ ସେ ଏହି ଦାୟିତ୍ୱ ହାତକୁ ନେଇଛନ୍ତି । ଡିଜିପି କାର୍ଯ୍ୟାଳୟରେ ପହଞ୍ଚି ଏହି ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଛନ୍ତି ମହମ୍ମଦ ସିରାଜ । ପୂର୍ବରୁ ସିରାଜଙ୍କୁ ଗ୍ରୁପ୍-୧ ସରକାରୀ ପଦବୀରେ ନିୟୋଜିତ କରିବା ପାଇଁ ଘୋଷଣା କରିଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ । ବର୍ତ୍ତମାନ ସିରାଜଙ୍କୁ ଏହି ପଦରେ ନିୟୋଜିତ କରାଯାଇଛି ।

Image

ଡିଜିପି କାର୍ଯ୍ୟାଳୟରେ ପହଞ୍ଚି ସିରାଜ ଡିଏସପି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସିରାଜଙ୍କ ସହ ଏହି ସମୟରେ ସାଂସଦ ଏମ. ଅନିଲ କୁମାର ଯାଦବ, ଟିଜିଏମଆରଆଇଆଇଏସ ଅଧ୍ୟକ୍ଷ ମହମ୍ମଦ ଫଇମୁଦ୍ଦିନ କୁରେସୀ ମଧ୍ୟ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ ଏ ନେଇ ପୂବରୁ ଘୋଷଣା କରିଥିବା ବେଳେ ବର୍ତ୍ତମାନ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇଁ ସିରାଜ ମୁଖ୍ୟଢ଼ନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତେଲେଙ୍ଗାନା ପୋଲିସ ଏ ନେଇ ଏକ୍ସରେ ଲେଖିଛନ୍ତି ଯେ, ଭାରତୀୟ କ୍ରିକେଟର ମହମ୍ମଦ ସିରାଜଙ୍କୁ ତାଙ୍କ ଉପଲବ୍ଧି ଏବଂ ରାଜ୍ୟ ପ୍ରତି ସମର୍ପଣକୁ ସମ୍ମାନ ଜଣାଇ ତେଲେଙ୍ଗାନାର ଡିଏସପି ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । ସେ ନିଜର ନୂଆ ଦାୟିତ୍ୱରେ ଅନେକ ଲୋକଙ୍କୁ ପ୍ରେରଣା ଦେବା ସହ କ୍ରିକେଟ ଜାରି ରଖିବେ ।

ଟିମ ଇଣ୍ଡିଆ ପାଇଁ କ୍ରିକେଟର ସମସ୍ତ ଫର୍ମାଟରେ ପ୍ରମୁଖ ଖେଳାଳି ଭାବରେ ଦାୟିତ୍ୱ ତୁଲାଇଛନ୍ତି । ୨୦୧୭ ମସିହାରେ କ୍ରିକେଟରେ ଡେବ୍ୟୁ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେ ୨୯ଟି ଟେଷ୍ଟ, ୪୪ ଦିନିକିଆ ଏବଂ ୧୬ଟି ଟି-୨ ମ୍ୟାଚ୍ ଖେଳି ସାରିଛନ୍ତି । ଚଳିତବର୍ଷର ଟି-୨୦ ବିଶ୍ୱ ଚମ୍ପିଆନ୍ ଭାରତୀୟ ଦଳର ମଧ୍ୟ ସଦସ୍ୟ ରହିଥିଲେ ମହମ୍ମଦ ସିରାଜ । ଏହାପୂର୍ବରୁ ଭାରତ ପାଇଁ ବିଭିନ୍ନ ଫର୍ମାଟର ବଡ଼ ଇଭେଣ୍ଟରେ ଦଳ ପାଇଁ କାରନାମା କରି ଦେଖାଇଛନ୍ତି ସିରାଜ ।

Get real time updates directly on you device, subscribe now.