fbpx

ଏହିସବୁ ଖରାପ ଅଭ୍ୟାସ ଯୋଗୁଁ ପ୍ରେମର ସମ୍ପର୍କରେ ସୃଷ୍ଟି ହୁଏ ଫାଟ

ପ୍ରେମର ପ୍ରକୃତ ଅର୍ଥ ପରସ୍ପରକୁ ବୁଝିବା,ଏକାଠି ଭଲ ସମୟ କଟାଇବା, ସବୁ ପରିସ୍ଥିତିରେ ସାଙ୍ଗରେ ରହିବା ଇତ୍ୟାଦି। ପ୍ରେମର ସାର୍ଥକତା ଯେ କେବଳ ଏକାଠି ବୁଲାବୁଲି କି ଦୁଇ ପଦ ମିଠା କଥାରେ ସୀମିତ ନୁହେଁ। କିନ୍ତୁ କିଛି ସାମାନ୍ୟ କଥା ପାଇଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ଏସବୁ ଦିଗ ପ୍ରତି ଆମକୁ ସଜାଗ ରହିବାକୁ ପଡିବ। ସେହିଭଳି କିଛି କଥା ସମ୍ପର୍କରେ ଆସନ୍ତୁ ଜାଣିବା..

 

ନିଜ ସାଥୀଙ୍କୁ ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ: ଖରାପ କୁ ଭଲ କରିବା ବହୁତ ଭଲ କଥା। ମାତ୍ର ସବୁ ସମୟରେ ଜଣଙ୍କୁ ବଦଳାଇବାକୁ ଚେଷ୍ଟା କରିବା ନିହାତି ପକ୍ଷେ ଭୁଲ କଥା। ନିଜ ପାର୍ଟନରଙ୍କୁ ନେଇ ଆମେ ବହୁଥର ବହୁତ ସ୍ବପ୍ନ ଦେଖିଥାଉ। ମାତ୍ର ଭାବନା ଅନୁସାରେ ସମସ୍ତଙ୍କର ପାର୍ଟନର ହୋଇନଥାନ୍ତି। ତେବେ ବେଳେ ବେଳେ ଏଭଳି କ୍ଷେତ୍ରରେ ସମ୍ପର୍କରେ ଦୂରତା ଆସିଥାଏ। ଆମକୁ ବୁଝିବାକୁ ହେବ ଯେ କୈାଣସି ବ୍ୟକ୍ତି କେବେ ପରଫେକ୍ଟ ହୋଇପାରିବ ନାହିଁ। ସମସ୍ତଙ୍କର କିଛି ନାକିଛି ଭଲ ଓ ଖରାପ ଗୁଣ ଥାଏ। ସେଥିପାଇଁ ଆପଣଙ୍କ ପାର୍ଟନରକୁ ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ନାହି।

 

ସଥୀଙ୍କୁ ସ୍ପେସ ଦିଅନ୍ତୁ: ଯଦି ଆପଣ ଏହା ଚାହୁଁଛନ୍ତି ଯେ ଆପଣଙ୍କ ପାର୍ଟନର୍ ସବୁ ସମୟ ଏବଂ ଧ୍ୟାନ ଆପଣଙ୍କୁ ଦିଅନ୍ତୁ ତେବେ ଆପଣ ଭୁଲ୍ କରୁଛନ୍ତି। ଆପଣଙ୍କୁ ବୁଝିବା ଦରକାର ଯେ ଆପଣଙ୍କ ପାର୍ଟନରଙ୍କ ମଧ୍ୟ ନିଜର ଏକ ସାମାଜିକ ଜୀବନ ରହିଛି। ତାଙ୍କ ଜୀବନରେ ମଧ୍ୟ ଅନେକ ଲୋକ ଅଛନ୍ତି। ଯେପରି ଆପଣଙ୍କୁ ନିଜର ସାଙ୍ଗସାଥୀମାନଙ୍କ ସହ ବୁଲିବାର ଏବଂ ପାର୍ଟି କରିବାର ସଉକ ରହିଛି ସେହିପରି ତାଙ୍କର ମଧ୍ୟ ସେଇ ସଉକ ଥିବ। ତାଙ୍କୁ ନିଜର ସ୍ପେସ ଦିଅନ୍ତୁ।

 

ନିଜ ସାଥୀଙ୍କୁ ଅନ୍ୟମାନଙ୍କ ସହ ତୁଳନା କରନ୍ତୁ ନାହିଁ : କେବେ ମଧ୍ୟ ନିଜ ପାର୍ଟନରଙ୍କ ତୁଳନା ଅନ୍ୟ ମାନଙ୍କ ସହ କରନ୍ତୁ ନାହିଁ। ବିଶେଷ କରି ନିଜ ଏକ୍ସଙ୍କ ସହ। ଆପଣଙ୍କ ପାର୍ଟନରଙ୍କ ଯେଉଁ ସବୁ ଭଲଗୁଣ ରହିଛି ତାକୁ ଚିହ୍ନନ୍ତୁ। ଏକଥା ମନେ ରଖନ୍ତୁ-ଆପଣଙ୍କ ପାର୍ଟନରଙ୍କ ପାଇଁ ଆପଣ ସବୁକିଛି। ଅନ୍ୟମାନଙ୍କ ସହ ତୁଳନା କରି ତାଙ୍କୁ ଛୋଟ ଫିଲ କରାନ୍ତୁ ନାହିଁ।

 

ଇଗୋ ଛାଡ଼ନ୍ତୁ: ଝଗଡ଼ା ସମସ୍ତ ପ୍ରେମୀ ଯୁଗଳଙ୍କ ମଧ୍ୟରେ ହୋଇଥାଏ, କେତେକ ଅଛନ୍ତି ପରସ୍ପର କଥା ହୋଇ ସମାଧାନ କରିନିଅନ୍ତି କିନ୍ତୁ କେତେ ଜଣ ନିଜ ଇଗୋ ପାଇଁ ମୁହଁ ଫୁଲାଇ ରୁହନ୍ତି। ଯେପରିକି ଆପଣଙ୍କର ସାଥୀଙ୍କ ସହ ଆପଣଙ୍କ ଝଗଡ଼ା ହୋଇଥିଲେ ଆପଣ ଚାହାନ୍ତି ସେ ଆସି ଆଗେ ଆପଣଙ୍କୁ ମନାନ୍ତୁ ଏବଂ ଆଗେ କଥା ହୁଅନ୍ତୁ। ଯଦି ସେ ଏହା କରୁନାହାନ୍ତି ତେବେ ଆପଣ ମଧ୍ୟ ଏହା କରିବେ ନାହିଁ ଏହା ଭାବି ଯେ ସେ ଆପଣଙ୍କୁ ଆଗେ ମନାଇବେ। ଏହି ଅଭ୍ୟାସକୁ ଆପଣ ତୁରନ୍ତ ପରିବର୍ତ୍ତନ କରନ୍ତୁ। ସମ୍ପର୍କରେ ଫାଟ ଏହି କଥାରୁ ଆରମ୍ଭ ହୋଇଥାଏ।

 

ଭରସା ରଖନ୍ତୁ: ସମ୍ପର୍କ ଭରସା ଏବଂ ବିଶ୍ବାସ ଯୋଗୁଁ ଚାଲିଥାଏ ଏବଂ ଆଗକୁ ମଧ୍ୟ ବଢ଼ିଥାଏ। ଯଦି ଆପଣ ତାଙ୍କ ଫୋନ୍ ଚେକ୍ କରୁଥାନ୍ତି କି ତାଙ୍କୁ ସବୁବେଳେ ସନ୍ଦେହ କରୁଥାନ୍ତି ତେବେ ସାବଧାନ ହୋଇଯାନ୍ତୁ ଆପଣଙ୍କ ସମ୍ପର୍କରେ ଆଗକୁ ଫାଟ ସୃଷ୍ଟି ହୋଇପାରେ।

Get real time updates directly on you device, subscribe now.