ବାହାଘର ମଣ୍ଡପରେ ବସି Mobile Game ଖେଳୁଛନ୍ତି ‘Dulhe Raja’: ବନ୍ଧୁଙ୍କ ସହ ମିଶି ଚାଲିଛି ମସ୍ତି

ଓଡ଼ିଶା ଭାସ୍କର: ବିବାହ ମଣ୍ଡପରେ ହସ-ଖୁସିର ମାହୋଲ ଭରି ରହିଥାଏ । ସମସ୍ତଙ୍କ ମୁହଁରେ ହସ ଏବଂ ଉତ୍ସାହ ଭରି ରହିଥାଏ । ବେଳେ ବେଳେ ଏମିତି କିଛି ଘଟଣା ଘଟିଯାଏ, ଯାହା ଏହି ହସ-ଖୁସିକୁ ଆହୁରି ଦ୍ୱିଗୁଣିତ କରିଦିଏ । ବାହାଘର ମଜାକୁ ଆହୁରି ବଢାଇଦିଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୋସିଆଲ ମିଡିଆ ପ୍ଲାଟଫର୍ମରେ । ଏଥିରେ ବାହାଘର ମଣ୍ଡପରେ ବସି ବର ନିଜ ବନ୍ଧୁଙ୍କ ସହ ଗେମ୍ ଖେଳୁଥିବା ଦେଖିବାକୁ ମିଳିଛି । ବିବାହ ବେଦୀରେ ବସି ସେ ଖୁବ ଧ୍ୟାନର ସହିତ ଗେମ୍ ଖେଳୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଜି ପର୍ଯ୍ୟନ୍ତ ବିବାହ ବେଦୀରେ ବର ବାହାଘରର ନୀତି ଏବଂ ପରମ୍ପରା ପାଳନ କରୁଥିବାର ଦେଖିଥିବେ । ବେଦୀ ଉପରେ ଜଣେ ବର, ପଣ୍ଡିତ କିମ୍ବା କନ୍ୟାଙ୍କ ଉପରେ ନଜର ରଖିଥାନ୍ତି । କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବରଙ୍କ ନଜର ଅନ୍ୟ ଆଡ଼େ ରହିଥିଲା । ବାହାଘର ପରମ୍ପରାକୁ ଭୁଲି ବନ୍ଧୁଙ୍କ ସହ ମୋବାଇଲରେ ଗେମ୍ ଖେଳିବାରେ ବ୍ୟସ୍ତ ଥିଲେ ସେ । ଏହି ଫଟୋରେ ଦେଖାଯାଇଛି ଯେ, ବର ବେଦୀ ଉପରେ ବସି ପଛକୁ ବୁଲି ବନ୍ଧୁଙ୍କ ସହ ‘ଲୁଡୋ’ ଗେମ୍ ଖେଳୁଛନ୍ତି । ସେପଟେ ବିବାହର ପରମ୍ପରା ଚାଲିଥିବା ବେଳେ ବର କିନ୍ତୁ ଲୁଡୋ ଖେଳିବାରେ ବ୍ୟସ୍ତ । ଏହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଦେଖି ଅନେକ ଲୋକ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି । ବାହାଘର ମଝିରେ ଏମିତି ଏକ ମଜାଦାର ଘଟଣା ଦେଖି ଲୋକେ ଏହାର ଖୁବ ମଜା ନେଇଛନ୍ତି ।

ସୋସିଆଲ ମିଡିଆରେ ଏହାର ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ଭାଇଙ୍କର ନିଜ କିଛି ପ୍ରାଥମିକତା ରହିଛି । ଏହି ପୋଷ୍ଟକୁ ବର୍ତ୍ତମାନ ସୁଦ୍ଧା ସାଢେ ୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୧୦ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି । ଏହି ପୋଷ୍ଟକୁ ନେଇ ଅନେକ ଲୋକ ଭିନ୍ନ ଭିନ୍ନ କମେଣ୍ଟ କରୁଥିବାର ମଧ୍ୟ ଦେଖାଯାଇଛି । ତେବେ ବାହାଘର ବେଦୀରେ ବରଗେମ୍ ଖେଳିବା ଘଟଣା ସମସ୍ତଙକୁ ଆଶ୍ଚର୍ଯ୍ୟ କରିଦେଇଛି ।