fbpx

ଆଜି ହାତ କାଟିଲେ , ଆଖି ବୁଜିଲେ ହେଲେ ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ଏବେ ହଜାରେ ଅସମାହିତ ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁଜଙ୍ଗର ଦୁଷ୍ମନ୍ତ ଦାସ କଟକ ଏସସିବିରେ ପ୍ରାଣ ହରାଇଛନ୍ତି । ଏପରି ସ୍ଥିତିରେ ଦୁଷ୍ମନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ଏହାକୁ ନେଇ ଉଠିଛି ହଜାରେ ପ୍ରଶ୍ନ । ଯେଉଁ ଏସସିବିର ଚିକିତ୍ସା ସେବା ବିରୋଧରେ ଅଭିଯୋଗ କରି ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ ସେହି ସ୍ଥାନରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଦୁଷ୍ମନ୍ତ । ଇଚ୍ଛାମୃତ୍ୟୁ କାମନା କରି ଲୋୟର ପିଏମଜୀ ରେ ଉଦ୍ୟମ କଲେ । ଆଉ ବିରୋଧ ହେବାରୁ ଚିକିତ୍ସା ପାଇଁ ଫୁଣି ମେଡିକାଲ ଗଲେ । ପ୍ରଶ୍ନ ଆସୁଛି ଦିନ ୧୨.୩୦ ରେ ଯିଏ ଦାନାଦାର ଖାଇ ଆତ୍ମହତ୍ୟା କରୁଥିବାର ଭୁବନେଶ୍ୱର ଧାରଣା ସ୍ଥଳରେ ଚିତ୍କାର କରୁଥିଲେ,ତାଙ୍କର ରାତି ୮.୩୦ ରେ କଟକ ଏସସିବିରେ ମୃତ୍ୟୁ ହୋଇଥିବାର ଖବର ଆସିଲା କେମିତି ।

ନିୟମ କହୁଛି ଧାରଣା ସ୍ଥଳରେ ଯଦି କେହି ଆତ୍ମହୁତି ପାଇଁ ଉଦ୍ୟମ କରେ ତେବେ ତାଙ୍କୁ ପ୍ରଥମେ ଡାକ୍ତରୀ ମଇନା କରାଯିବ ତା ପରେ ତାଙ୍କ ପ୍ରତି ଯାହା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଦୁଷ୍ମନ୍ତଙ୍କ ପ୍ରତି କଣ ସମାନ ରାସ୍ତା ଆପଣେଇ ଥିଲା କି ପୋଲିସ । ଯଦି ହଁ ତେବେ ମେଡକାଲକୁ କେତେବେଳେ ନିଆଯାଇଥିଲା ଚିକିତ୍ସା ପାଇଁ । ଆଉ କେତେ ସମୟ ପରେ ଦୁଷ୍ମନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଏସସିବି ମେଡିକାଲକୁ ପଠା ଯାଇଥିଲା । ସେ ସମସ୍ତ ତଥ୍ୟ କାହିଁକି ଦଉନି କ୍ୟାପିଟାଲ ହସିଟାଲ । କଣ ମେଡିକାଲ ଯାଇଥିବାର ରିପୋର୍ଟ ଦାଖଲ କରାଯାଇନି କି । ଏସବୁର ପ୍ରଶ୍ନ ର ଉତ୍ତର କେବଳ କ୍ୟାପିଟାଲ ହସ୍ପିଟାଲର ଫୂଟେଜ ହିଁ କହି ପାରିବ । ଆଉ ଦୁଷ୍ମନ୍ତଙ୍କୁ ହତ୍ୟା କରାଯାଇଛି କି ତାଙ୍କର ଆତ୍ମହତ୍ୟା ହୋଇଛି ତାର ମଧ୍ୟ ନିଷ୍କର୍ସ ବାହାରିବ ।

Get real time updates directly on you device, subscribe now.